#କରୋନା ଆତଙ୍କ: ଏସି, କୁଲର୍ ଚଳାଇବା ପାଇଁ ଗାଇଡ୍ ଲାଇନ୍
ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍): ମହାମାରୀ କରୋନା ପାଇଁ ବିଭିନ୍ନ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପଡୁଛି। ସଂକ୍ରମଣର ଆଶଙ୍କା ଓ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଏନେଇ ଗାଇଡ୍ ଲାଇନ୍ ଜାରି କରୁଛନ୍ତି। ଏହି କ୍ରମରେ କରୋନା ଭୟ ରହିଥିବାରୁ ଏୟାର କଣ୍ଡିନସର ବା ଏସି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ବିଭିନ୍ନ କାର୍ଯ୍ୟକ୍ଷେତ୍ର ସମେତ ସ୍ଵାସ୍ଥ୍ୟକେନ୍ଦ୍ରରେ ଏସି ଲଗାଇବା ପାଇଁ ଭାରତୀୟ ଏୟାର କଣ୍ଡିସନର୍ ଇଞ୍ଜିନିୟର୍ସ ସୋସାଇଟି ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି।
ସୂଚନା ଅନୁସାରେ ଏସି ଚଳାଇବା ସମୟରେ ୨୪ରୁ ୩୦ ଡିଗ୍ରୀ ମଧ୍ୟରେ ତାପମାତ୍ରା ରକ୍ଷା କରିବା ଦରକାର। ହ୍ୟୁମିଡିଟି ଲେଭଲ୍ ୪୦ରୁ ୭୦ ପ୍ରତିଶତ ରହିବା ଆବଶ୍ୟକ। ଏହି ଆର୍ଦ୍ରତା ପାଥୋଜେନ୍ ଗୁଡ଼ିକୁ ନଷ୍ଟ କରିଦେଇଥାଏ। ଆର୍ଦ୍ର ପାଣିପାଗରେ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ ଏବଂ ଗରମ ପାଣିପାଗରେ ତାମପାତ୍ରା ୩୦ ଡିଗ୍ରୀ ସେଲସିୟସ ରହିବା ଆବଶ୍ୟକ। ଗରମ ପାଗରେ ହ୍ୟୁମିଡିଟି ଲେଭଲ୍ ୪୦ ପ୍ରତିଶତରୁ କମ୍ କରିବା ଉଚିତ୍ ନୁହେଁ। ସେହିପରି ଘର ଝରକାକୁ ସାମାନ୍ୟ ଖୋଲା ରଖି ବାହାର ପବନ ଆସିବାକୁ ଦେଲେ ଭଲ। ସେହିପରି ଏହି ସମୟରେ ରୋଷେଇ ଘର ଓ ଟୟଲେଟ୍ରେ ଏକ୍ଜଷ୍ଟ ଫ୍ୟାନ୍ ଚଳାଇବା ପାଇଁ କୁହାଯାଇଛି। ଘରେ କୁଲର୍ ବ୍ୟବହାର କରୁଥିଲେ ମଧ୍ୟ ଏହା ବାହାରୁ ପବନ ପାଇବା ଦରକାର।