#covid19: ନିୟନ୍ତ୍ରଣ ପାଇଁ ଭାରତ ପାଖରେ ରହିଛି ଯଥେଷ୍ଟ କ୍ଷମତା
ଭୁବନେଶ୍ଵର, (ଓଟି): କୋଭିଡ୍-୧୯ କରୋନା ମୁକାବିଲା ପାଇଁ ଭାରତ ପାଖରେ ଯଥେଷ୍ଟ କ୍ଷମତା ରହିଛି। ଏହା ପୂର୍ବରୁ ପ୍ରମାଣିତ ହୋଇ ସାରିଛି ବୋଲି କହିଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ। ସଂଗଠନର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ମାଇକେଲ୍ ରିୟାନ୍ କହିଛନ୍ତି, ଭାରତ ପୂର୍ବରୁ ପୋଲିଓ ଏବଂ ବସନ୍ତ ରୋଗ ଭଳି ମହାମାରୀକୁ ମୁକାବିଲା କରି ତାହାକୁ ଦୂର କରିସାରିଛି। ଏଣୁ କୋଭିଡ୍-୧୯ କରୋନା ଭୁତାଣୁକୁ ମୁକାବିଲା କରିବା ଲାଗି ଭାରତ ସମ୍ପୂଣ୍ଣ ସକ୍ଷମ ବୋଲି ରିୟାନ୍ କହିଛନ୍ତି।
ତିନିମାସ ତଳେ ଚୀନରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଏବେ ମହାମାରୀ ରୂପ ନେଇଛି। ପ୍ରା୍ର ୧୫ ହଜାର ରୋଗୀ ଏଥିରେ ଜୀବନ ହରାଇଛନ୍ତି। ଏ ଭିତରେ ବିଶ୍ଵର ୩ଲକ୍ଷ ୩୪ ହଜାର ଲୋକ ସଂକ୍ରମିତ ହୋଇଛନ୍ତି।
ଭାରତରେ ମଙ୍ଗଳବାରର ୨୨ ଜଣ ନୂଆ ରୋଗୀ ଆକ୍ରାନ୍ତ ହେବା ଦ୍ଵାରା ଏବଂ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟଶ ୪୪୬ରେ ପହଞ୍ଚିଛି।