#କୋଭିଡ୍-୧୯: ମୁକାବିଲା ପାଇଁ ସରକାରୀ ଆପ୍

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ସବୁଠି ଭୟ ଓ ଆଶଙ୍କା। ତେବେ ଜନତାଙ୍କ ସୁରକ୍ଷା ପାଇଁ ସରକାର ଗୋଟିଏ ପରେ ଗୋଟିଏ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ସମସ୍ତଙ୍କ ସହଯୋଗରେ ଓ ସତର୍କ ରହିବା ଦ୍ଵାରା ଏହି ମାରାତ୍ମକ ଭୂତାଣୁକୁ ଭାରତରେ ତୃତୀୟ ଷ୍ଟେଜ୍‌ରେ ଯେଭଳି ନପହଞ୍ଚିବ; ସେଭଳି ଉଦ୍ୟମ କରୁଛନ୍ତି ସରକାରର। ଏହି ପରିପ୍ରେକ୍ଷୀରେ କରୋନାକୁ ଟ୍ରାକ୍ କରିବା ପାଇଁ ଆରୋଗ୍ୟ ସେତୁ ନାମକ ଏକ ମୋବାଇଲ ଆପ୍ ସରକାରୀ ଭାବେ ଲଞ୍ଚ୍ ହୋଇଛି। ଏଥିରେ ସାଧାରଣ ଲୋକଙ୍କୁ ସୁଫଳ ମିଳିବ ବୋଲି ସରକାର ଆଶାବାଦୀ ହୋଇଛନ୍ତି।

ଲୋକଙ୍କୁ ମିଳିବ ସହାୟତା

ଆରୋଗ୍ୟ ସେତୁ ଆପ୍ ସ୍ମାର୍ଟଫୋନର ଲୋକେସନ ଡାଟା ଓ ବ୍ଲୁଟୁଥ ସାହାଯ୍ୟରେ ବିଶେଷ କାମ କରିବ। ଜଣେ ବ୍ୟକ୍ତି କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ନା ନାହିଁ ତାହାର ସୂଚନା ଦେବ। ଜଣେ ଯେଉଁଠି ଅଛନ୍ତି ତାହା ଲୋକେସନ ଡାଟାର ଉପଯୋଗରେ ଜଣାପଡ଼ିବ। ଏଥିସହ ୬ ଫୁଟ୍ ଅଞ୍ଚଳ ମଧ୍ୟରେ ସଂକ୍ରମିତ ବ୍ୟକ୍ତି ଥିଲେ ଆପ୍‌ ସୂଚନା ଦେବ। ଏହାର ବ୍ୟବହାର ପ୍ରାଣୀଳୀ ସମ୍ପର୍କରେ ମଧ୍ୟ ଆପ୍ଲିକେସନରେ ସବିଶେଷ ତଥ୍ୟ ରହିଛି। ଗୁରୁତ୍ଵପୂର୍ଣ୍ଣ ବିଷୟ ଯେ ଯଦି ଜଣେ କରୋନା ସଂକ୍ରମିତ  କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଯିବେ ତେବେ ଏହି ଆପ୍ ଉକ୍ତ ଡାଟାକୁ କେବଳ ସରକାରଙ୍କୁ ପ୍ରଦାନ କରିବ। ତେବେ ୟୁଜରଙ୍କ ଡାଟା ତୃତୀୟ ପକ୍ଷ ସହ ଆଦୌ ସେୟାର କରାଯିବ ନାହିଁ।

Leave a Reply

Your email address will not be published.