#corona @ ୩୪୧: ଦେଶର ୭୫ ଜିଲ୍ଲାରେ ଲକ୍‌ଡାଉନ୍‌, ଆନ୍ତଃରାଜ୍ୟ ପରିବହନ ବନ୍ଦ

ଭୁବନେଶ୍ଵର, (ଓଟି): ଦେଶରେ କରୋନା ପଜିଟିଭ୍‌ ସଂକ୍ରମଣ ସଂଖ୍ୟା ୩୪୧ରେ ପହଞ୍ଚିଛି। ଏଥିରେ ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଛି। ଗତକାଲି ଏହି ମୃତ୍ୟୁ ସଂଖ୍ୟା ୫ ଥିଲା। ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ହୋଇଛି। ସେଠାରେ ସମୁଦାୟ ଭିତରେ ସଂକ୍ରମଣ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଆଶଙ୍କାରୁ ବର୍ତ୍ତିବା ଲାଗି କେନ୍ଦ୍ର ସରକାର ୬ ରାଜ୍ୟର ୭୫ ଜିଲ୍ଲାରେ ଲକ୍‌ଡାରଉନ୍‌ ଘୋଷଣା କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଏହି ଜିଲ୍ଲାଗୁଡ଼ିକୁ ସମ୍ପୂଣ୍ଣ ଭାବେ ଅନ୍ୟ ପ୍ରାନ୍ତଠୁ ଅଲଗା ରହିବେ।

ସାରା ଦେଶରେ ଏନେଇ ଯେଉଁ ଜରୁରୀ ପରିସ୍ଥିତି ଉପୁଜିଛି ତାହାକୁ ନେଇ କ୍ୟାବିନେଟ୍‌ ସଚିବ ରାଜ୍ୟ ମୁଖ୍ୟ ସଚିବଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଥା ହୋଇଛନ୍ତି। ଏହି ଆଲୋଚନା ବେଳେ ସମସ୍ତ ମୁଖ୍ୟ ସଚିବ ସଂକ୍ରମଣକୁ ରୋକିବା ଲାଗି ଆବଶ୍ୟକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସହମତି ପ୍ରକାଶ କରିଥିଲେ। ଏହିକ୍ରମରେ ଦେଶର ୭୫ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ସହ ଦେଶରେ ରେଳସେବା ଓ ଆନ୍ତଃ ରାଜ୍ୟ ବସ୍‌ ସେବା ବନ୍ଦ କରାଯାଇଛି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନକୁ ଅନୁମତି ପ୍ରଦାନ କରାଯାଇଛି।

ଦେଶରେ ଏବେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଯେଉଁ ଦେଶଗୁଡ଼ିକରେ ଟେକ୍ନୋଲୋଜି ଓ ସ୍ଵାସ୍ଥ୍ୟ ବିଜ୍ଞାନର ଯଥେଷ୍ଟ ଅଗ୍ରଗତି ହୋଇଛିସେଠାରେ ମଧ୍ୟ କରୋନା ଜନିତ ମୃତ୍ୟୁକୁ ରୋକିବା ସମ୍ଭବ ହୋଇପାରି ନାହିଁ। ଏଣୁ ଆବଶ୍ୟକ ହେଉଛି ଅଲଗା ରହିବା। ପୃଥକୀକରଣ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ପୃଥକ ରହିବାକୁ ନିବେଦନ କରାଯାଇଛି । ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କୁ ୧୪ ଦିନ ପୃଥକୀକୃତ ରହିବାକୁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ଵାରା ସଂକ୍ରମଣର ଶୃଙ୍ଖଳ ଭଙ୍ଗାଯାଇପାରିବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ୭୫ ଜିଲ୍ଲା ମୁଖ୍ୟତଃ ମହାରାଷ୍ଟ୍ର, ତାମିଲ୍‌ନାଡ଼ୁ, ଉତ୍ତରପ୍ରଦେଶ, ପଞ୍ଜାବ, କଣ୍ଣାଟକ ଏବଂ କେରଳ ରହିଛି। ଏହା ପୂର୍ବରୁ ଓଡ଼ିଶା ଏବଂ ରାଜସ୍ଥାନ ରାଜ୍ୟରେ ଲକ୍‌ଡାଉନ୍‌ ଘେଷଣା କରିଥିଲେ। ଓଡ଼ିଶାରେ ୫ଟି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ରବିବାରଠାରୁ ୨୯ ତାରିଖ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଥିବାବେଳେ ରାଜସ୍ଥାନ ସରକାର ସମ୍ପୂଣ୍ଣ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ମହାରାଷ୍ଟ୍ର, ଗୋଆ, ପଶ୍ଚିମବଙ୍ଗ, ମିଜୋରାମ ପ୍ରଭୃତି ରାଜ୍ୟ ନିଜର ସୀମା ସିଲ୍‌ କରିଛନ୍ତି।

Leave a Reply

Your email address will not be published.