ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୫୦, ମହାରାଷ୍ଟ୍ରରେ ୯ହଜାର୯୧୫
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୩ ହଜାର ପାର କରିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟଙ୍କ ରିପୋର୍ଟ ଅନୁସାରେ ଦେଶରେ ଏବେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୩୩, ୦୫୦। ଏଥିରୁ ୧୦୭୪ଙ୍କ ମୃତ୍ୟୁ ହୋଇଛି। ବିଶ୍ଵସ୍ତରରେ ଦେଖିଲେ ୩୧ ଲକ୍ଷ ୩୦ ହଜାର ଲୋକ କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨ଲକ୍ଷ ୨୮ ହଜାର ୨୨୪ ଜଣଙ୍କ ମୃତ୍ୟୁ ହୋଇଛି ।
ମହାରାଷ୍ଟ୍ରରେ ସର୍ବାଧିକ ୯୯୧୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗୁଜରାଟରେ ୪୦୮୨, ଦିଲ୍ଲୀରେ ୩୪୩୯, ମଧ୍ୟପ୍ରଦେଶରେ ୨୫୬୧ ଏବଂ ରାଜସ୍ଥାନରେ ୨୪୩୮ଜଣ ରୋଗୀ ଆକ୍ରାନ୍ତ ହୋଇଛନ୍ତି।
ଏବେ ଦେଶରେ ସମୁଦାୟ ସକ୍ରିୟ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ହେଉଛି ୨୩ ହଜାର ୬୫୧। ସେହିପରି ୮୩୨୫ଜଣ ରୋଗୀ କରୋନାକୁ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି।
କେନ୍ଦ୍ର ଗୃହମନ୍ତ୍ରଣାଳୟଙ୍କ ସୂଚନା ଅନୁସାରେ ମେ’ ୩ ପରମର୍ତ୍ତୀ ସମୟରେ ସବୁଜ ଅଞ୍ଚଳରେ ବ୍ୟବସାୟିକ କାରବାର ପାଇଁ ଅନେକ କୋହଳ ଦିଆଯିବ। ଅଗଷ୍ଟ୧ ତାରିଖରୁ ବିଶ୍ଵବିଦ୍ୟାଳୟର ଶିକ୍ଷାବର୍ଷ ଆରମ୍ଭ ହେବ। ନୂଆ ଛାତ୍ରଛାତ୍ରୀଙ୍କ ପାଇଁ ଏହା ସେପ୍ଟେମ୍ବର ୧ ତାରିଖ ରହିବ।
ଦେଶରେ ଏବେ ବ୍ୟବସାୟିକ କାରବାର ଧୀରେ ଧୀରେ ସୁଧାର ଆସୁଛି। ସେନ୍ସସେକ୍ସ ୮୦୦ ପଏଣ୍ଟ ବଢ଼ିଥିବା ବେଳେ ନିଫ୍ଟି ୯୭୫୦ ପଏଣ୍ଟରେ ରେକଡ଼ଁ କରାଯାଇଛି।