୧୨ ଦିନପରେ ଭାରତ ନେଲା ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ

୩୦୦ ଆତଙ୍କବାଦୀ ନିପାତ, ଜୈସ୍‌ ଏ ମହମ୍ମଦର କଣ୍ଟ୍ରୋଲ୍‌ ରୁମ୍‌ ବି ଧ୍ୱଂସ

ଆକ୍ସନ୍ ମୁଡ୍‌କୁ ଆସିଛି ଭାରତୀୟ ବାୟୁସେନା। ପୁଲୱାମା ଆକ୍ରମଣକୁ ନେଇ ସମଗ୍ର ଦେଶ ପ୍ରତିଶୋଧର ନିଆଁ ଜଳୁଥିବା ବେଳେ ଆକ୍ସନ୍ ମୁଡ୍‌କୁ ଆସିଛି ଭାରତୀୟ ବାୟୁସେନା। ଭାରତୀୟ ବାୟୁସେନା ପକ୍ଷରୁ ଆଜି ଶତ୍ରୁ ଶିବିର ଉପରେ ଜବରଦସ୍ତ ଆକ୍ରମଣ କରାଯାଇଛି।ଆଜି ବାୟୁସେନା  ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ୧୦୦୦ କେଜି ଓଜନର ବୋମା ପକା ଯାଇଛି। ଆତଙ୍କବାଦୀଙ୍କ ଶିବିରକୁ ଲକ୍ଷ୍ୟ କରି ଏହି ସବୁ ବୋମା ପକା ଯାଇଥିଲା। ଏଥିରେ ଜୈସ୍‌ ଏ ମହମ୍ମଦର କଣ୍ଟ୍ରୋଲ୍‌ ରୁମ୍‌ ବି ଧ୍ୱଂସ ହୋଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ବାଲାକୋଟ ଏବଂ ମୁଜଫରାବାଦରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଉଛି। ଏହି ଆକ୍ରମଣରେ ୨୦୦ରୁ ୩୦୦ ଆତଙ୍କବାଦୀ ମରିଥିବାର ସୂଚନା ମିଳିଛି। ତେବେ ଏନେଇ ବାୟୁସେନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ବାୟୁସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି କାର୍ଯ୍ୟାନୁଷ୍ଠାନ ନେଇ ସବିଶେଷ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।

ଏଥିରେ ଜୈସ୍‌ ଏ ମହମ୍ମଦର କଣ୍ଟ୍ରୋଲ୍‌ ରୁମ୍‌ ବି ଧ୍ୱଂସ ହୋଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ବାଲାକୋଟ ଏବଂ ମୁଜଫରାବାଦରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଉଛି। ଏହି ଆକ୍ରମଣରେ ୨୦୦ରୁ ୩୦୦ ଆତଙ୍କବାଦୀ ମରିଥିବାର ସୂଚନା ମିଳିଛି। ଧ୍ୱଂସ ହୋଇଥିବା ଆତଙ୍କବାଦୀ ଶିବିରଗୁଡ଼ିକ ମଧ୍ୟରେ ଜୈଶ-ଇ-ମହମ୍ମଦର ଶିବର ବି ରହିଥିବା ଜଣାପଡ଼ିଛି। ପୁଲୱାମା ଆକ୍ରମଣ ଘଟଣାରେ ଏହି ଆତଙ୍କବାଦୀ ସଂଗଠନ ସାମିଲ ଥିଲା। ଏଥିରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିଲେ।

ଏହି ଆକ୍ରମଣ ପରେ ସାରା ଭାରତରେ ଏବେ ହିନ୍ଦୁସ୍ତାନ୍‌ ଜିନ୍ଦାବାଦ୍‌ ବୋଲି ସ୍ଲୋଗାନ୍‌ ଶୁଭୁଛି। ସହିଦ ଯବାନ ପରିବାରଙ୍କ ଆଖିରୁ ଲୁହ ଶୁଖିବା ପୂର୍ବରୁ ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତ। ବାୟୁସେନାର ଏପରି ସାହସୀ ପଦକ୍ଷେପକୁ ପ୍ରଶଂସା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସେ ଏ ନେଇ ଏକ ଟୁଇଟ୍‌ ଜରିଆରେ ଭାରତୀୟ ବାୟୁସେନାର ସାହସକୁ ପ୍ରଶଂସା କରିଛନ୍ତି। ରାହୁଲ ଲେଖିଛନ୍ତି, ‘ଭାରତୀୟ ବାୟୁ ସେନା ପାଇଲଟ୍‌ଙ୍କୁ ମୁଁ ସାଲ୍ୟୁଟ୍‌ କରୁଛି।’

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୩ ଟା ୩୦ରୁ ବାୟୁ ସେନା ପକ୍ଷରୁ ଏହି ଅପରେଶନ୍‌ ଆରମ୍ଭ କରାଯାଇଥିଲା। ୧୨ଟି  ମିରାଜ୍‌ ୨୦୦୦ ଯୁଦ୍ଧ ବିମାନରେ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ସେନାର ଏହି ଅପରେଶନ୍‌ ୧୦୦ ପ୍ରତିଶତ ସଫଳ ହୋଇଥିବା ଜଣାପଡ଼ିଛି। ସବୁ ଯୋଜନା ମୁତାବକ ହୋଇଥିବା ବାୟୁସେନା ସୂତ୍ରରୁ ସୂଚନା ମିଳିଛି। ପାକିସ୍ତାନର ବାଲାକୋଟ, ମୁଜାଫରାବାଦ୍ ଓ ଚକୋଟିରେ ଥିବା ଆତଙ୍କବାଦୀ ଶିବିର ଉପରେ ବାୟୁ ସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା। ମୁଜାଫରବାଦ୍‌ରେ ଜୈଶ଼-ଇ-ମହମ୍ମଦର କ୍ୟାମ୍ପ ଧ୍ୱଂସ ହୋଇଥିବା ବେଳେ ବାଲକୋଟ୍ ଓ ଚକୋଟିରେ ଲଶ୍କର-ଇ-ତୋଇବା ଓ ହିଜ୍‌ବୁଲ୍ ମୁଜାହିଦ୍ଦୀନର ଶିବିର ନଷ୍ଟ ହୋଇଛି।

ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବାୟୁସେନା ଏଲ୍‌ଓସି ଅତିକ୍ରମ କରିଥିଲା। ତେବେ ପାକିସ୍ତାନ ପକ୍ଷରୁ ସଠିକ୍‌ ସମୟରେ ଉଚିତ୍ ଜବାବ ଦିଆଯିବା ଯୋଗୁ ଭାରତୀୟ ଯୁଦ୍ଧ ବିମାନଗୁଡ଼ିକ ଫେରି ଯାଇଥିଲେ। ଭାରତୀୟ ଯୁଦ୍ଧ ବିମାନଗୁଡ଼ିକ କୌଣସି କ୍ଷତି କରି ପାରି ନାହାନ୍ତି ବୋଲି ପାକିସ୍ତାନର ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ଟ୍ୱଟ୍‌ କରି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *