ଡିଭୋର୍ସ ଚାହୁଁଛନ୍ତି ଇମରାନ୍!
ଅମୀର୍ ଖାନ୍ଙ୍କ ଭଣଜା ଇମ୍ରାନ୍ ଖାନ୍ ଆଜିକାଲି ତାଙ୍କ ପତ୍ନୀ ଅବନ୍ତିକା ମଲିକଙ୍କ ଠାରୁ ଅଲଗା ରହୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ବୋଧହୁଏ ଇମରାନ୍ ଡିଭୋର୍ସ ଚାହୁଛନ୍ତି । ଅବନ୍ତିକା ଏବେ ଇମରାନଙ୍କ ଘର ଛାଡ଼ି ତାଙ୍କ ଝିଅ ସହିତ ବାପା ମା’ଙ୍କ ଘରେ ରହୁଛନ୍ତି ।
୨୦୧୧ରେ ଇମରାନ୍ ଓ ଅବନ୍ତିକାଙ୍କ ବିବାହ ହୋଇଥିଲା। ଇମରାନ୍ ଓ ଅବନ୍ତିକାଙ୍କର ଏକ ଛୋଟ ଝିଅ ଇମାରା ଅଛି । ୨୦୦୪ରେ ଇମାରାଙ୍କ ଜନ୍ମ ହୋଇଥିଲା ।ଇମରାନ୍ ଓ ଅବନ୍ତିକାଙ୍କ ଏଭଳି ପରିସ୍ଥିତି ଉଭୟ ପରିବାରକୁ ଆଘାତ କରିଛି। ତେଣୁ ଉଭୟ ପରିବାର ବୁଝାମଣା ମାଧ୍ୟମରେ ପୁଣିଥରେ ଦୁଇଜଣଙ୍କୁ ଏକାଠୀ କରିବାକୁ ଚେଷ୍ଟାରତ ଅଛନ୍ତି ବୋଲି ସୂଚନା ମିଳିଛି। ବିବାହ ପୂର୍ବରୁ ଏହି ଯୋଡ଼ି ଅନେକ ବର୍ଷ ଧରି ଡେଟ୍ କରି ଆସୁଥିଲେ। କିନ୍ତୁ ହଠାତ୍ କାହିଁକି ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟର କାରଣ ହେଲା, ତାହା ଉଭୟ ପରିବାର ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ ।

୨୦୦୮ରେ ‘ଜାନେ ତୁ ୟା ଜାନେ ନା’ରୁ ଇମରାନ୍ ଡେବ୍ୟୁ କରିଥିଲେ । କିନ୍ତୁ ଆଗାମୀ ଦିନରେ ସେ ଫିଲ୍ମ ନିର୍ମାଣ କରିବା ପାଇଁ ଆଗ୍ରହ ଦେଖାଉଛନ୍ତି ।