#covid19 ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଥାନା ଅଧିକାରୀ ନିଲମ୍ବିତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବଡ଼ଚଣା ଥାନା ଅଧିକାରୀଦୀପକ କୁମାର ଜେନାଙ୍କୁ ନିଲମ୍ବନ କରାଯାଇଛି। ସରକାରଙ୍କ ଦ୍ଵାରା ଜାରି କୋଭିଡ୍-୧୯ ନିୟମାବଳୀକୁ ଉଲ୍ଲଙ୍ଘନ କରିବା ତଥା ନିଜ ପଦବୀର ଅପବ୍ୟବହାର ଅଭିଯୋଗରେ ତାଙ୍କୁ ପୁଲିସ୍ ଡିଜି ଅଭୟ ନିଲମ୍ବନ ଆଦେଶ ଦେଇଥିବା ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
କରୋନା ପରିସ୍ଥିତିରେ ସଂକ୍ରମଣ ଏଡ଼ାଇବା ତଥା ସାମାଜିକ ଦୂରତ୍ଵ ରକ୍ଷା କରିବା ଉଦ୍ଦେଶ୍ୟରେ ପୁରୀ ଶ୍ରୀମନ୍ଦିରକୁ ଆବଶ୍ୟକ ସେବାୟତ ଓ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କାହାର ପ୍ରବେଶ ନିଷେଦ୍ଧଥିବା ବେଳେ ଆଇଆଇସି ଶ୍ରୀ ଜେନା ପରିବାର ସହ ଶ୍ରୀମନ୍ଦିର ପ୍ରବେଶ କରିଥିଲେ। ହାକୁ ନେଇ ଗଣମାଧ୍ୟମରେ ଚର୍ଚା ହେବା ସହ ସରକାରୀ ଅଧିକାରୀ କିପରି କ୍ଷମତା ଉପଯୋଗ କରି ସରକାରୀ ନିୟମକୁ ଫୁ’ କରୁଛନ୍ତି ତାହା ରିପୋର୍ଟ ପ୍ରକାଶ ପାଇଥିଲା। ଏହିକ୍ରମରେ ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ବିରୋଧରେ ପୁରୀ ସିଂହଦ୍ଵାରା ଥାନାରେ ଏକ ମାମଲା ରୁଜୁ କରାଯିବା ସହ ତାଙ୍କ ଥାନାରେ ଅଟକ ରଖାଯାଇଥିଲା।
ମାମଲାକୁ ଦେଖି ପୁଲିସ ଡିଜି ତାଙ୍କୁ ନିଲମ୍ବନ କରିଛନ୍ତି।