ସ୍ୱପ୍ନରେ କାନ୍ଦୁଛନ୍ତି କି, ଜାଣନ୍ତୁ ଏହାର ଅର୍ଥ କ’ଣ
ସ୍ୱପ୍ନରେ ଆମେ ବିଭିନ୍ନ ପ୍ରକାର ଜିନିଷ ଦେଖିଥାଉ । ଜ୍ୟୋତିଷଶାସ୍ତ୍ରରେ ଏହାର ଅନେକ ରହସ୍ୟ ଲୁଚି ରହିଛି । ସ୍ୱପ୍ନରେ କ’ଣ ଦେଖିଲେ କ’ଣ ପ୍ରଭାବ ପଡ଼େ,ଏହାର ବିସ୍ତୃତ ବର୍ଣ୍ଣନା ଶାସ୍ତ୍ରରେ ରହିଛି । ଏହି ଧାରାରେ ଯଦି ଆପଣ ସ୍ୱପ୍ନରେ ନିଜେ କାନ୍ଦିବାର ଦେଖୁଛନ୍ତି, ତାହେଲେ ଏହା ସାଧାରଣତଃ ଅଶୁଭ ବୋଲି ଧରାଯାଏ । କିନ୍ତୁ ଏହା ଅନେକ କ୍ଷେତ୍ରରେ ଶୁଭ ହୋଇଥାଏ ବୋଲି ଜ୍ୟୋତିଷଜ୍ଞମାନେ କହିଛନ୍ତି । ତାହେଲେ ଆସନ୍ତୁ ଜାଣିବା ସ୍ୱପ୍ନରେ ନିଜେ କାନ୍ଦିବା ଦେଖିଲେ ଏହାର କ’ଣ ଶୁଭଫଳ ଥାଏ।
ମାନ୍ୟତା ରହିଛି ଯେ ଆପଣ ଏଭଳି କିଛି ସ୍ୱପ୍ନ ଦେଖିଲେ, ଆଗାମୀ ଦିନରେ ମାନ ସମ୍ମାନ, ସୁଖ ସମୃଦ୍ଧି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି ହୋଇଥାଏ । ସ୍ୱପ୍ନରେ କାନ୍ଦିବା ଅର୍ଥ ଏହାର ପୂର୍ବ ସୂଚନା ମିଳିଥାଏ । ଏହା ବ୍ୟତୀତ ଯଦି ଆପଣ ସ୍ୱପ୍ନରେ ଅନ୍ୟକାହାର ମୃତ୍ୟୁରେ ନିଜେ କାନ୍ଦୁଥିବାର ଦେଖିନ୍ତି, ଏହାର ଅର୍ଥ ହେଉଛି- ସେ ବ୍ୟକ୍ତି ଦୀର୍ଘାୟୁ ହୋଇଥାନ୍ତି । ଏହା ବ୍ୟତୀତ ସ୍ୱପ୍ନରେ କାନ୍ଦିବା ଅର୍ଥ ହେଉଛି – ଆପଣ ନିଜ ଜୀବନରେ ସୁବବେଳେ ବିଫଳତାର ଶିକାର ହୋଇଛନ୍ତି ।
ଅବସାଦ ଓ ମାନସିକ ଦୁର୍ବଳତା ଆପଣଙ୍କୁ ଧୀରେ ଧୀରେ ଗ୍ରାସ କରିବାରେ ଲାଗିଛି । ତେଣୁ ଏହା ଆପଣଙ୍କୁ ଧେର୍ଯ୍ୟହରା କରାଇଥାଏ ଏବଂ ଆପଣ ସଚେତନ ଅବସ୍ଥାରେ ଏହାକୁ ଅନ୍ୟ ଆଗରେ ପ୍ରକାଶ କରିପାରୁନଥିଲେ ମଧ୍ୟ ସ୍ୱପ୍ନରେ ଆପଣ ତାହାକୁ ବ୍ୟକ୍ତ କରିପାରନ୍ତି । ତେଣୁ ଡିପ୍ରେସନ୍ରୁ ମୁକ୍ତ ହେବା ପାଇଁ ଏହା ସବଠାରୁ ଭଲ ପ୍ରକ୍ରିୟା ବୋଲି ମନୋବିଜ୍ଞାନୀମାନେ କହିଛନ୍ତି ।