ଭୁବନେଶ୍ଵର ଆଇସିଏଆଇ ପୁରସ୍କୃତ
ଭୁବନେଶ୍ଵର, (ଓଟି): ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଇଣ୍ଡିଆର ଭୁବନେଶ୍ଵର ଚାପ୍ଟର ଦେଶର ପୂର୍ବାଞ୍ଚଳରେ ସର୍ବୋତ୍କୃଷ୍ଟ ଚାପ୍ଟର ଭାବେ ପୁରସ୍କୃତ ହୋଇଛି। ମଇଶୂରଠାରେ ଅନୁଷ୍ଠିତ ନ୍ୟାସନାଲ୍ ରିଜିଓନାଲ୍ କାଉନ୍ସିଲ୍ ଏବଂ ଚାପ୍ଟରର ବୈଠକରେ ଭୁବନେଶ୍ଵର ଶାଖାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନିଜର ଉତ୍କର୍ଷ ପ୍ରଦର୍ଶନ ପାଇଁ ଚାପ୍ଟରର ଏହା ୨୨ତମ ପୁରସ୍କାର ବୋଲି ଚାପ୍ଟର ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି।
ଫେବୃୟାରୀ ୧୭ ତାରିଖରେ ଏହି ପୁରସ୍କାରକୁ ଆଇସିଏଆଇର ସଭାପତି ସିଏମ୍ଏ ଅମିତ କୁମାର ଆପ୍ତେଙ୍କଠାରୁ ଭୁବନେଶ୍ଵର ଚାପ୍ଟରର ଚେୟାର୍ମ୍ୟାନ୍ ସିଏମ୍ଏ ଦାମୋଦର ମିଶ୍ର, ସମ୍ପାଦକ ତାପସ ରଞ୍ଜନ ସ୍ଵାଇଁ, ଟ୍ରେଜରର ହିମଜ ମିଶ୍ର, ଗ୍ରହଣ କରିଥିଲେ। ଏହି ସମୟରେ ଆଞ୍ଚଳିକ ଚାପ୍ଟର ସଂଯୋଜନା କମିଟି ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଉପସ୍ଥିତ ଥିଲେ।











