୯ ଆଇଏଏସ୍‌ଙ୍କ ପଦବୀ ଅଦଳ ବଦଳ

ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାରଙକ ବରିଷ୍ଠ ପଦାଧିକାରୀ ଭାବେ କାର୍ଯ୍ୟ କରୁଥିବା ୯ ଆଇଏଏସ୍‌ ଅଧିକାରୀଙ୍କ ଦାୟିତ୍ଵ ଅଦଳ ବଦଳ ହୋଇଛି। ଏ ଭିତରେ ରହିଛନ୍ତି ବରିଷ୍ଠ ଅଧିକାରୀ ତଥା ଜଳ ସମ୍ପଦ ସଚିବ ପ୍ରଦୀପ କୁମାର ଜେନା। ତାଙ୍କୁ ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟ ଶାସନ ସଚିବ ଭାବେ ବଦଳି କରାଯିବା ସହ ସେ ସ୍ଵତନ୍ତ୍ର ରିଲିଫ୍‌ କମିଶନର ଏବଂ ଓସ୍‌ଡମା ଏମ୍‌ଡି ଭାବେ କାର୍ଯ୍ୟ କରିବେ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୧୯୮୯ ବ୍ୟାଚ୍‌ ଆଇଏଏସ୍‌ ଡ. ମୋନା ଶର୍ମା ଏଣିକି ଜଙ୍ଗଲ ଓ ପିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ କରିବେ। 

ଗୃହ ବିଭାଗର ୖତିରିକ୍ତ ଦାୟିତ୍ଵରେ ଥିବା ପ୍ରମୁଖ ଶାସନ ସଚିବ ତଥା ୧୯୯୦ ବ୍ୟାଚ୍‌ ଅଇଏଏସ୍‌ ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ଵ ଦିଆଯିବା ସହ ସେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ଵ ତୁଲାଇବେ। 

ଡ. ସୌରଭ ଗର୍ଗଙ୍କୁ ପ୍ରାଣୀପାଳନ ବିଭାଗ ସହ ଗ୍ରୀଡ୍‌କୋ ଏବଂ ଓପିଟିସିଏଲ୍‌ର ସିଏମ୍‌ଡି ଓ ଓସିପିଏଲ୍‌ ସିଇଓ ଦାୟିତ୍ଵ ଦିଆଯାଇଛି। 

୧୯୯୫ ବ୍ୟାଚ୍‌ ଆଇଏଏସ୍‌ ହେମନ୍ତ ଶର୍ମା ଏଣିକି ଇପିକଲ୍‌ର ଏମ୍‌ଠଡି ସହ ଶିଳ୍ପ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର ତଥା ସଚିବ ଦାୟିତ୍ଵ ତୁଲାଇବେ। 

ସ୍ଵତନ୍ତ୍ର ରିଲିଫ୍‌ କମିଶନର ଭାବେ କାର୍ଯ୍ୟ କରୁଥିବା ବିଷ୍ଣୁ ପ୍ରସାଦ ସେଠୀଙ୍କୁ ଶକ୍ତି ବିଭାଗ ସଚିବ ଦାୟିତ୍ଵ ସହ ଓଏଚ୍‌ପିସିର ସିଏମ୍‌ଡି ଦାୟିତ୍ଵ ପ୍ରଦାନ କରାଯାଇଛି। 

ଚିତ୍ରା ଅରୁଗୁମମ୍‌ ଏଣିକି ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ସଚିବ ଭାବେ କାର୍ଯ୍ୟ କରିବେ। ସେ ପୂର୍ବରୁ ଯୋଜନା ଓ ସମନ୍ବୟ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। 

ଜଳ ସମ୍ବପଦ ବିଭାଗର ସ୍ଵତନ୍ତ୍ର ସଚିବ ବିଶାଳ ଗଗନଙ୍କୁ ସେହି ବିଭାଗର କମିଶନର ତଥା ସଚିବ ଦାୟିତ୍ଵ ଦିଆଯାଇଛି। 

ସମାଜ ମଙ୍ଗଳ ତଥା ମହିଳା ବିକାଶ ନିଗମ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ଅରବିନ୍ଦ ଅଗ୍ରୱାଲ୍‌ଙ୍କୁ ସାଧାରଣ ପ୍ରଶାସନ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। 

Leave a Reply

Your email address will not be published. Required fields are marked *