ବିରିୟାନି ଛାଡ଼ିଲେ ହୁମା କୁରୈସି, ଜାଣନ୍ତୁ କାରଣ
ବି ଟାଉନ୍ରେ ନିଜର ଦକ୍ଷ ଅଭିନୟ ଦ୍ୱାରା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ହୁମା ତାଙ୍କର ସବୁଠାରୁ ପ୍ରିୟ ବିରିୟାନି ଛାଡ଼ି ଦେଇଛନ୍ତି ବୋଲି ଖବର ମିଳିଛି । ଏଭଳି କରିବା ପଛର କାରଣ ହେଉଛି ଫିଟନେସ୍ । ହୁମା ନିଜେ ଏହି ଖବରକୁ ଇନଷ୍ଟାଗ୍ରାମ୍ ମାଧ୍ୟମରେ ସେୟାର୍ କରିଛନ୍ତି । କେବଳ ଏତିକି ନୁହେଁ, ନିଜ ଫିଗରକୁ ମେଣ୍ଟେନ୍ କରିବା ପାଇଁ ସେ ଜିମରେ କଡ଼ା ବ୍ୟାୟାମ କରୁଛନ୍ତି । ହୁମା ତାହାର ଏକ ଭିଡିଓ ମଧ୍ୟ ସେୟାର୍ କରିଛନ୍ତି । ହୁମା ଲେଖିଛନ୍ତି – ସେ ଯେଉଁ ବ୍ୟାୟାମ କରୁଛନ୍ତି, ତାହା ଖୁବ୍ କଷ୍ଟ । ପୂର୍ବରୁ ସେ କେବେ ଏହି ବ୍ୟାୟାମ କରିନଥିଲେ । ଏଭଳି ଏକ୍ସରସାଇଜ୍ କରିବା ସମୟରେ ଯେଉଁ କଷ୍ଟ, ତାହା ହୁମାଙ୍କ ଚେହେରାରେ ସ୍ପଷ୍ଟ ପ୍ରତୀୟମାନ ।
ସୂଚନାଯୋଗ୍ୟ ବଲିଉଡକୁ ଆସିବା ପୂର୍ବରୁ ହୁମା କେବେ ମଧ୍ୟ ନିଜର ଫିଟନେସ୍ ଉପରେ ଗୁରୁତ୍ୱ ଦେଇନଥିଲେ । କିନ୍ତୁ ଏବେ ସେ ନିଜ ଫିଟନେସକୁ ନେଇ ଖୁବ୍ ସଚେତନ । ସେଥିପାଇଁ ସେ ବିରିୟାନି ଛାଡ଼ି ଦେଇଛନ୍ତି ଏବଂ ନିଜ ଡାଏଟ୍ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖୁଛନ୍ତି । ଫିଲ୍ମ ନିର୍ଦ୍ଦେଶକ ଓ କାହାଣୀ ଲେଖକ ମୁଦ୍ଦସର ଅଜିଜ୍ଙ୍କ ସହିତ ହୁମାଙ୍କ ସମ୍ପର୍କକୁ ନେଇ ଅନେକ ଦିନରୁ ବିଭିନ୍ନ ପ୍ରକାର ଚର୍ଚ୍ଚା ହୋଇଆସୁଥିଲେ ମଧ୍ୟ ହୁମା କିମ୍ବା ମୁଦ୍ଦସରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।