‘ହମ୍ ଆପକେ ହେ କୌନ୍’ର ସିଲଭର୍ ଜୁବଲି

ରାଜଶ୍ରୀ ପ୍ରଡକସନ୍ ପକ୍ଷରୁ ୧୯୯୪ ମସିହାରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ହମ୍ ଆପକେ ହେ କୌନ୍’ ଗତ ସୋମବାର ଦିନ ୨୫ ବର୍ଷ ପୁରଣ କରିଛି । ସଲମାନ୍ ଓ ମାଧୁରୀଙ୍କ ଅଭିନୀତ ଏବଂ ସୂରଜ ବଡ଼ଜାତ୍ୟାଙ୍କ ନିର୍ଦ୍ଦେଶିତ ଏହି ପାରିବାରିକ ଫିଲ୍ମର ସିଲଭର୍ ଜୁବଲି ଅବସରରେ ଆଗାମୀ ସସ୍ତାହରେ ଏହାର ସ୍ପେଶାଲ୍ ସ୍କ୍ରିନିଙ୍ଗ୍ ରଖାଯିବ ବୋଲି ଯୋଜନା ହୋଇଛି । ଫିଲ୍ମଟିମ୍ ପକ୍ଷରୁ ଘୋଷଣା କରାଯାଇଛି ଯେ – ଲିବର୍ଟି ସିନେମା ପକ୍ଷରୁ ଅଗଷ୍ଟ ୯ ତାରିଖରେ ଫିଲ୍ମର ସମସ୍ତ କଳାକାର ଓ କ୍ରୁ ମେମ୍ବରଙ୍କ ସହିତ ଏକ ସ୍ପେଶାଲ୍ ସ୍କ୍ରିନିଙ୍ଗ୍ କରିବାକୁ ଯାଉଛନ୍ତି ।

ସଲମାନ୍ ଓ ମାଧୁରୀଙ୍କ ସହିତ ସମ୍ପୂର୍ଣ୍ଣ ଫିଲ୍ମଟିମ୍ ତାଙ୍କର ଅନୁଭବ ସେୟାର୍ କରିବେ । ୧୯୮୨ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନଦିୟା କେ ପାର୍’ର ମଡ଼ର୍ଣ୍ଣ ଭର୍ସନ ଭାବେ ‘ହମ୍ ଆପକେ ହେ କୌନ୍’ ନିର୍ମିତ ହୋଇଥିଲା । ସର୍ବଶ୍ରେଷ୍ଠ ପାରିବାରିକ ମନୋରଞ୍ଜନ ଧର୍ମୀ ଫିଲ୍ମ ଭାବେ ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ଏହି ଫିଲ୍ମର ସିଲଭର୍ ଜୁବଲି ଖବର ସିନେପ୍ରେମୀଙ୍କ ପାଇଁ ଅପାର ଖୁସି ଆଣିଦେଇଛି ।

Leave a Reply

Your email address will not be published. Required fields are marked *