ହ୍ରିତିକଙ୍କ ବିରୁଦ୍ଧରେ କେସ୍, ଜିମ୍ ୟୁଜର୍ ପକ୍ଷରୁ ଅଭିଯୋଗ ପତ୍ର ଦାଖଲ

ଆଜିକାଲି ‘ସୁପର ୩୦’ର ପ୍ରମୋସନରେ ବ୍ୟସ୍ତ ଥିବା ହ୍ରିତିକଙ୍କ ବିରୁଦ୍ଧରେ ଏକ କେସ୍ ଦାଖଲ ହୋଇଛି । ଆଇ. ଶଶୀକାନ୍ତ ନାମକ ଜଣେ ଜିମ୍ ୟୁଜର୍ ହ୍ରିତିକଙ୍କ ବିରୁଦ୍ଧରେ ପୁଲିସ୍ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଶଶୀକାନ୍ତଙ୍କ ଅଭିଯୋଗ ହେଉଛି ଏକ ଜିମ୍ କମ୍ପାନୀ ଓ ତା’ର ବ୍ରାଣ୍ଡ ଆମ୍ବାସଡର୍ ହ୍ରିତିକ ଓଜନ କମ୍ କରିବା ଓ ଫିଟ୍ ରଖିବା ପାଇଁ ଡେଲି ୱାର୍କଆଉଟ୍ ସେସନ୍ କରାଇବାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ସେହି ପ୍ରତିଶ୍ରୁତି ରକ୍ଷା କରିପାରି ନାହାନ୍ତି । ଇଣ୍ଡିଆନ୍ ପେନଲ୍ କୋଡର ଧାରା ୪୦୬ ଓ ୪୨୦ ଅନୁଯାୟୀ ଅଭିଯୋଗ ଦାଖଲ କରାଯାଇଛି । ହାଇଦ୍ରାବାଦରେ ରହୁଥିବା ଶଶୀକାନ୍ତ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ୨୦୧୮ରେ ସେ କିଓର୍ ଜିମରେ ଫିଟନେସ୍ ପାଇଁ ଜଏନ୍ ହୋଇଥିଲେ । ଡିସକାଉଣ୍ଟ୍ ରେଟରେ ୧ ବର୍ଷ ପାଇଁ ସେ ୧୭,୪୯୦ ଟଙ୍କା ଡିପୋଜିଟ୍ କରି ମେମ୍ବରସିପ୍ ନେଇଥିଲେ । ସେହି ସମୟରେ କମ୍ପାନୀ ପକ୍ଷରୁ ବିଜ୍ଞାପନ ଆସିଥିଲା ଯେ ଉକ୍ତ ଜିମରେ ଦକ୍ଷ ଟ୍ରେନରଙ୍କ ଦ୍ୱାରା ଅଧିକ ସମୟ ୱାର୍କଆଉଟ୍ କରିହେବ ଏବଂ ୱେଟଲସ୍ ଟ୍ରିଟମେଣ୍ଟ୍ ଦିଆଯିବ । କିନ୍ତୁ ବିଜ୍ଞାପନ ଅନୁଯାୟୀ କୌଣସି କାମ ହୋଇନଥିଲା ।

ଏହା ସହିତ ଜିମ୍ରେ ୧୮୦୦ ବ୍ୟକ୍ତି ଜଏନ୍ କରିଥିଲେ । କିନ୍ତୁ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର କାର୍ପେଟ୍ ଏରିଆ ମଧ୍ୟ ନାହିଁ । ଜିମରେ ଲୋକମାନଙ୍କ ସହିତ ର୍ଦୁବ୍ୟବହାର ସହିତ ଆବଶ୍ୟକତା ଠାରୁ ଅଧିକ କଟକଣା ଥିଲା । ଯାହା ଫଳରେ ମାନସିକ ଅଶାନ୍ତି ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ କେପିଏଚବିର ଇନ୍ସିପେକ୍ଟର୍ କେ. ଲକ୍ଷ୍ମୀ ନାରାୟଣ ମିଡିଆ ସହିତ ଏକ ସାକ୍ଷାତକାରରେ କହିଛନ୍ତି ଯେ ୪୦୬ ଓ ୪୨୦ ଧାରା ଅନୁଯାୟୀ ହ୍ରିତିକ୍ ଏବଂ ଜିମର ୩ଜଣ ନିର୍ଦ୍ଦେଶକ ମୁକେଶ ବସଁଲ୍, ଅଙ୍କିତ ନାଗୋରି ଓ ଶଂମୁଗାଭଲଙ୍କ ବିରୁଦ୍ଧରେ ମାମଲା ଦାଏର୍ କରାଯାଇଥିଲେ ମଧ୍ୟ ଇନଭେଷ୍ଟିଗେସନ୍ ଜାରି ରହିଛି ।

Leave a Reply

Your email address will not be published. Required fields are marked *