‘ସୁପର୍ -୩୦’: କିଛି ଜଣା କିଛି ଅଜଣା

ହ୍ରିତିକ୍ ରୋସନଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସୁପର୍-୩୦’ର ଘୋଷଣା ହେବା ପରଠାରୁ ଏ ସମ୍ପର୍କରେ କିଛି ନା କିଛି ଖବର ଲାଗିରହିଛି । ଏହି ଧାରାରେ ଏବେ ଫିଲ୍ମ ସମ୍ପର୍କିତ ଆଉ କିଛି ଖବର ଶୁଣିବାକୁ ମିଳିଛି । ଏହି ଫିଲ୍ମରେ ହ୍ରିତିକ୍ ହିରୋ ଲୁକ୍ ବଦଳରେ ଜଣେ ସାଧାରଣ ବ୍ୟକ୍ତି ଭାବେ ଅଛନ୍ତି । ସୁଟିଂ ସେଟରୁ ଲିକ୍ ହୋଇଥିବା ଅନେକଗୁଡ଼ିଏ ଫଟୋରେ ହ୍ରିତିକଙ୍କୁ ଚିହ୍ନି ହେଉନାହିଁ । ବାସ୍ତବରେ ମଧ୍ୟ ଏଭଳି ଘଟିଛି ।

ପ୍ରଥମ ଦିନ ସୁଟିଂରେ ହ୍ରିତିକ୍ ମେକଅପ୍ ନେଇ ସେଟକୁ ଯାଇଥିଲାବେଳେ କ୍ରୁ ମେମ୍ବରମାନେ ତାଙ୍କୁ ଆଦୌ ଜାଣିପାରି ନଥିଲେ । ସୁଟିଂ ସମୟରେ ସେଟରେ ଚାରିଆଡ଼େ ବଡ଼ ବଡ଼ ପରଦା ଟଙ୍ଗା ଯାଉଥିଲା । ଗଳିକନ୍ଦିରେ ସୁଟିଂ ସମୟରେ ହ୍ରିତିକ୍ ଅନେକ ବାଟ ଚାଲି ଚାଲି ଯାଉଥିଲେ । ଅନେକଥର ସେହି ଗୋଟିଏ ରାସ୍ତା ଦେଇ ଯାଉଥିଲେ ମଧ୍ୟ ସେଠାକାର ଲୋକମାନେ ତାଙ୍କୁ ଆଦୌ ଜାଣିପାରି ନଥିଲେ । ଏତେସବୁ ସାବଧାନୀ ପରେ ମଧ୍ୟ ହ୍ରିତିକଙ୍କ କିଛି ଫଟୋ ଲିକ୍ ହୋଇଥିଲା ।

ଏହି ଫିଲ୍ମ ଚଳିତମାସ ୨୬ ତାରିଖରେ ରିଲିଜ୍ ହେବ ବୋଲି ସ୍ଥିର କରାଯାଇଥିଲା । କିନ୍ତୁ କଙ୍ଗନା ରଣାୱତଙ୍କ ଫିଲ୍ମ ‘ମେଣ୍ଟାଲ୍ ହେ କ୍ୟା’ ପାଇଁ ‘ସୁପର୍-୩୦’ର ରିଲିଜ୍ ଡେଟରେ ପରିବର୍ତନ କରାଯାଇଛି । ଆସନ୍ତା ଗୁରୁଦିବସରେ ଏହା ସିନେମାଘରକୁ ଆସିବ ବୋଲି ଅନୁମାନ କରାଯାଉଛି । କାହାଣୀ ଅନୁଯାୟୀ ହ୍ରିତିକ୍ ଏଥିରେ ଜଣେ ଶିକ୍ଷକ ଭୂମିକାରେ ଅଛନ୍ତି ।

Leave a Reply

Your email address will not be published.