କେମିତି ଚିହ୍ନିବେ ଆଉ ଦୂରେଇବେ ଦୁଷ୍ଟ ନେତାଙ୍କୁ

ଲେଖକ ଜଣେ ସ୍ତମ୍ଭକାର ଓ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲ୍‌ ସଦସ୍ୟ।

ଆପଣଙ୍କ ଭୋଟ୍‌ ମୂଲ୍ୟବାନ୍‌। ଗୋଟିଏ ଭୋଟ୍‌ରେ ପ୍ରାର୍ଥୀଙ୍କ ଭାଗ୍ୟ ବଦଳିପାରେ। ଟିଭି, ଖବରକାଗଜ ଓ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଏମିତି ବିଜ୍ଞାପନ ପ୍ରଚାର ଚାଲୁଛି। ଏହାର ଉଦ୍ଦେଶ୍ୟ ହେଉଛି ଆପଣ ଭୋଟ୍‌ ନିଶ୍ଚିତ ଭୋଟ୍‌ ଦେବେ ଆଉ ଏ ମତ ଭାବିଚିନ୍ତି ଦେବେ।

ପ୍ରଶ୍ନ ହେଉଛି ଆମ ନିର୍ବାଚନ ପ୍ରକ୍ରିୟାରେ ଆମେ ଭଲ ନେତା ଚିହ୍ନିବୁ କେମିତି? ଉତ୍ତର ହେଉଛି ଭଲ ନେତା ଚିହ୍ନିବା ଯେତିକି ଜରୁରୀ ନୁହେଁ ଦୁଷ୍ଟ ନେତାଙ୍କଠୁ ଦୂରେଇବା ସେତିକି ଜରୁରୀ। ଅର୍ଥାତ୍‌ ଆପଣ କୌଣସି ପ୍ରଭାବର ଶିକାର ନହୋଇ ଭୋଟ୍‌ ଦିଅନ୍ତୁ। ଆସନ୍ତୁ ନଜର ପକାଇବା ଆପଣ ଦୁଷ୍ଟ ନେତାଙ୍କୁ କେମିତି ଚିହ୍ନିବେ ସେ ବାବଦରେ।

ଗାଲୁଆ ନେତା

ପ୍ରଥମ କଥା ହେଲା ଯେଉଁମାନେ ନିୟମ ବାବଦରେ ଅଜଣା, ବା ନିୟମ ଉଲ୍ଲଙ୍ଘନକାରୀ। ଅଥବା ଜାଣିଶୁଣି ନିୟମ ଉଲ୍ଲଙ୍ଘନ କରନ୍ତି। ଯେମିତି ଅତି ଉଚ୍ଚ ଆବାଜ୍‌ରେ ମାଇକ୍‌ ବଜାଇବା। ନିୟମ ଅନୁସାରେ କାନକୁ ଅନୁକୂଳ ହେବା ପରି ୫୫ ଡେସିବେଲ୍‌ର ଉଚ୍ଚ ସ୍ଵରକୁ ପ୍ରଚାର ପାଇଁ ବ୍ୟବହାର କରିବାକୁ କୁହାଯାଇଛି। କିନ୍ତୁ ଏ ଗୋଷ୍ଠୀର ରାଜନେତା ବା ସେମାନଙ୍କ ସମର୍ଥନ ବିଭିନ୍ନ ରାଲି ତଥା ସଭାରେ ମାଇକ୍‌ ବଜାନ୍ତି। ଏହାଦ୍ଵାରା ଅନେକ ସମସ୍ୟା ସୃଷ୍ଟି ହୁଏ। ଯଦି ପ୍ରଚାର ଦିନରୁ ଗୋଟିଏ ନେତା ହେବାକୁ ସ୍ଵପ୍ନ ଦେଖୁଥିବା ଲୋକ ଏମିତି ବେନିୟମ କାମ କରନ୍ତି, ତେବେ ପ୍ରତିନିଧି ହେବାପରେ ଏମାନେ କେମିତି ବ୍ୟବହାର କରିବେ ତାହା ଚିନ୍ତା କରନ୍ତୁ।

ସେହିପରି ଯେଉଁ ନେତାମାନେ ମହିଳା ଓ ଶିଶୁମାନଙ୍କୁ ସେମାନଙ୍କ ଶୋଭାଯାତ୍ରା ଓ ପ୍ରଚାର କାର୍ଯ୍ୟରେ ବ୍ୟବହାର କରନ୍ତି ସେମାନଙ୍କଠୁ ଦୂରେଇ ରହନ୍ତୁ। ଏମାନଙ୍କୁ ହୃଦୟହୀନ ଜନ୍ତୁ ବୋଲି ଆପଣ କହିପାରିବେ।

ବଡ଼ ପ୍ରତିଶ୍ରୁତି ବାଲା

ଯେଉଁ ଲୋକମାନେ ଘର ଘର ବୁଲି ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି ଆପଣ ତାଙ୍କୁ କ’ଣ କହନ୍ତି? କେହି କେହି ‘ପବନା’ ବୋଲି କହିଥାଆନ୍ତି। ଆପଣ ଏମିତି ପବନାଙ୍କଠୁ ଦୂରରେ ରହନ୍ତୁ। ଭାବିନିଅନ୍ତୁ ଯେ, ଏମାନଙ୍କ ହାତରେ ଚୁଟିଟିଏ ବି ବଙ୍କା ହେବନି। ପୁଣି ସହରାଞ୍ଚଳ ବସ୍ତି ବା ଗାଁ ଗାଁରେ ବୁଲି କିଛି ପ୍ରାର୍ଥୀ ଲୁଚା ଚୋରାରେ ଟଙ୍କା ବାଣ୍ଟନ୍ତି। ମଦ, ଭୋଜି ପାଇଁ ଟଙ୍କା ଦିଅନ୍ତି। ଏପରି ପ୍ରାର୍ଥୀ ଆପଣଙ୍କୁ କିଣୁଛନ୍ତି। ଏମିତି ଲୋକଙ୍କଠୁ ଯେତେ ଦୂରେଇବେ ସେତେ ଭଲ। ଭୋଟ୍‌ କାହିଁକି ଦେବେ?

ଛତୁ ଫୁଟିଲା ଭଳି ପାର୍ଟି

ଗୋଟେ ମଜାଦାର କଥା ଏଇଠି କହୁଛି। ଯେମିତି ନିର୍ବାଚନ ଘୋଷଣା ହୋଇଛି ଭାରତରେ ନୂଆ ନୂଆ ପାର୍ଟି ଛତୁ ଫୁଟିଲା ଭଳି ଫୁଟି ଚାଲିଲା। ଏବେ ୧୪୯ ନୂଆ ପାର୍ଟି ଆମେ ଦେଖିବାକୁ ପାଉଛୁ। ଭରସା ପାର୍ଟି, ସବ୍‌ସିବଡ଼ି ପର୍ଟି, ରାଷ୍ଟ୍ରୀୟ ସାଫ୍‌ ନିୟତ୍‌ ପାର୍ଟି ଏମିତି। ଭାରତର ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଦେଶରେ ଏବେ ୨୨୯୩ଟି ରାଜନୀତିକ ଦଳ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ଭିତରେ ୫୯ଟି ନୂଆ ଦଳ ରହିଛି। ଏଭଳି କ୍ଷେତ୍ରରେ ସତର୍କ ଜରୁରୀ।

ଲକ୍ଷ୍ୟ ହୀନ ରାଜନେତା

ଲକ୍ଷ୍ୟ ହୀନ ପ୍ରାର୍ଥୀ ଭୋଟ୍‌ ହକ୍‌ଦାର ନୁହନ୍ତି। ଯଦି ସେ ଏହି ମୁହୁର୍ତ୍ତରେ ଲକ୍ଷ୍ୟ ସ୍ଥିର କରିପାରୁନାହାନ୍ତି, ନିଜର ଏକ ଟିମ୍‌ ତିଆରି କରିପାରୁନାହାନ୍ତି ସେ ରାଜନୀତି କେମିତି କରିବେ? ଯେଉଁ ନେତାମାନେ ନିର୍ବାଚିତ ହୋଇ ମଧ୍ୟ ଆପଣଙ୍କ ପାଇଁ କିଛି କରିପାରୁ ନାହାନ୍ତି ସେମାନଙ୍କ ଆବଶ୍ୟକ ନାହିଁ।

ଯୋଗାଯୋଗରେ ନଥିବା ନେତା

ଯୋଗାଯୋଗରେ ନଥିବା ନେତାଙ୍କୁ ଭୋଟ୍‌ ଦିଅନ୍ତୁ ନାହିଁ। କାରଣ ଲୋକଙ୍କ କଥା ଶୁଣିବା, ଦୁଃଖ ସୁଖରେ ଭାଗି ହେବା ହେଉଛି ନେତାଙ୍କ ପ୍ରଥମ କାମ। ଭଲ ନେତାଟିଏ ସବୁବେଳେ ଭଲ ଶ୍ରୋତା ହେବା ଆବଶ୍ୟକ। କଥା କମ୍‌ କାମ ବେଶୀ ସ୍ଵଭାବ ହେବା ଆବଶ୍ୟକ। ଯେଉଁମନେତା ସ୍ଵାର୍ଥଠୁ ସେବାକୁ ଗୁରୁତ୍ଵ ଦେଉ ନାହିଁ, ସେ ପ୍ରତିନିଧି ହେବା ପଦବାଚ୍ୟ ନୁହେଁ। ବାସ୍ତବରେ ଜଣେ ନେତା ଲୋକଙ୍କ ପାଖକୁ ଯିବା ଦରକାର, ତାଙ୍କ କଥାରେ ଭାଗିଦାରୀ ହେବା ଅବାଶ୍ୟକ।

ଏବର୍ଷ ୩୫ ବିଧାୟକ ଯେଉଁମାନେ ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କ ନାଁରେ ସଙ୍ଗୀନ ମାମଲାସବୁ ରହିଛି। ଏସବୁରୁ ନିଜକୁ ବର୍ତ୍ତିବା ଆବଶ୍ୟକ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

Leave a Reply

Your email address will not be published. Required fields are marked *