ଇଭନିଂ ସ୍ନାକ୍ସରେ ଖାଆନ୍ତୁ ଏହି ଖାଦ୍ୟ, ଯାହା ପ୍ରୋଟିନରେ ଭରପୂର

ଭୁବନେଶ୍ୱର, (ଓଡିଶା ଟାଇମ୍‌): ଦିନସାରା କାମ କରିକରି ବହୁ ଲୋକ ଥକ୍କି ଯାଆନ୍ତି । ବର୍ତ୍ତମାନ ସମୟରେ ଲକଡାଉନ ଯୋଗୁଁ ସମସ୍ତେ ଘରେ ରହୁଥିବା ଯୋଗୁଁ ଗୃହିଣୀ ମାନେ ଟିକେ ଚିନ୍ତିତ ହୋଇପଡନ୍ତି । ଯେ କିପରି ପ୍ରତିଦିନ ପିଲାଙ୍କ ପାଇଁ କିଛି ନୂଆ ରୋଷେଇ କରି ଖୁଆଇବେ । ଯଦି ଆପଣଙ୍କ ପାଖରେ ଅଧିକ ସମୟ ନାହିଁ ରୋଷେଇ କରିବା ପାଇଁ ତାହେଲେ ଏହି ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖୁବ୍ ସାହାର୍ଯ୍ୟ କରିବ ।

ଯଦି ଆପଣମାନେ ଏଭଳି ଚିନ୍ତିତ ହେଉଛନ୍ତି ତାହେଲେ ପ୍ରସ୍ତୁତ କରନ୍ତୁ ହେଲ୍‌ଥି ମୁଗ ସ୍ପ୍ରାଉଟ୍ସ ସାଲାଡ । ଜାଣନ୍ତୁ କମ୍ ସମୟରେ ଫଟାଫଟ ଏହା କିପରି ତିଆରି କରିବେ । ଯାହା ଅପଣଙ୍କ ସମୟ ବଞ୍ଚାଇବା ସହ ଟେଷ୍ଟି ଖାଇବା ତିଆରି ହୋଇପାରିବ ।

ସାମଗ୍ରୀ-

ଦେଢ କପ ସ୍ପ୍ରାଉଟ୍ସ ମୁଗ(କଞ୍ଚା ମୁଗ), ଅଧା କପ୍ ପିଆଜ କଟା, ଗୋଟିଏ କପ୍ ଟମାଟୋର, ଏକ କପ୍ କାକୁଡି, ଫାଳେ ଲେମ୍ବୁ, କିଛି ଧନିଆ ପତ୍ର ଓ ଗୋଲମରିଚ ଗୁଣ୍ଡ, ଆବଶ୍ୟକ ଅନୁସାରେ କଞ୍ଚା ଲଙ୍କା ଏବଂ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ-
ଆପଣ ଗଜା କିମ୍ବା ଅଙ୍କୁରିତ ଏହି ମଞ୍ଜିଗୁଡିକୁ ଚାଟ୍ ଭଳି ଖାଇପାରିବେ । ବେଳେ ଠିକ୍ ଭାବେ ତିଆରି ନକରିପାରିଲେ ଏହା ଖାଇବାକୁ ଏତେଟା ସ୍ୱାଦ ଲାଗେ ନାହିଁ । ଜାଣନ୍ତୁ କିପରି କରିବେ ପ୍ରସ୍ତୁତ…

ଗ୍ୟାସରେ ଏକ କଢେଇ କିମ୍ବା ପ୍ୟାନ୍ ବସାଇ ଗୋଟିଏ କପ୍ ପାଣି ଦିଅନ୍ତୁ । ସେଥିରେ ସ୍ପ୍ରାଉଟ୍ସ ଓ ଲୁଣ ପକାଇ ଫୁଟିବା ପାଇଁ ଛାଡି ଦିଅନ୍ତୁ । ପରେ ପ୍ୟାନକୁ ଭଲଭାବେ ଢାଙ୍କି ନିଅନ୍ତୁ ଏବଂ ସ୍ପ୍ରାଉଟ୍ସ ନରମ ହେଲାପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ ।

ଏହାପରେ ମୁଗ ଡାଲିକୁ ଏକ ଗିନାରେ ବାହାର କରିଦିଅନ୍ତୁ । ସେଥିରେ ବାକି ସାମଗ୍ରୀ ଗୁଡିକୁ ଭଲଭଭାବେ ମିଶାଇ ଦିଅନ୍ତୁ । ପରେ ଏକ ପ୍ଲେଟରେ ତାକୁ ରଖି ଉପରେ ଟମାଟର, କାକୁଡି ଓ ଲେମ୍ପୁ ରସ ପକାନ୍ତୁ । ପୁଣି ଏହା ଉପରେ କିଛି ଧନିଆ ପତ୍ର ଓ କଟା ହୋଇଥିବା କଞ୍ଚା ଲଙ୍କାକୁ ପକାଇ ପରଷି ଦିଅନ୍ତୁ ।

Leave a Reply

Your email address will not be published.