ଲକଡାଉନରେ ଘରେ ବୋର୍ ଲାଗୁଛି କି; ସହଜରେ ତିଆରି କରନ୍ତୁ ଆଳୁ ଭୁଜିଆ

ଭୁବନେଶ୍ୱର, ଓଡିଶା ଟାଇମ: ବର୍ତ୍ତମାନ ସମୟରେ ଲକଡାଉନ ଯୋଗୁଁ ସ୍କୁଲ, କଲେଜ ଓ ଅଫିସ୍ ଆଦି ବନ୍ଦ ରହିଛି । ଏପରିକି ସନ୍ଧ୍ୟା ସମୟରେ ବହୁ ଲୋକ ବୋର୍ ହେଉଥିବେ ନିଶ୍ଚୟ । ଯଦି ଆପଣମାନେ ବି ଘରେ ବସି ବସି ବୋର୍ ହେଉଛନ୍ତି ତାହେଲେ କିଚେନରେ ଯାଇ ଘର ଲୋକଙ୍କୁ କାମରେ ସାମାନ୍ୟ ସାହାଯ୍ୟ କରିପାରିବେ । ଯାହା ଫଳରେ ଆପଣଙ୍କର ରୋଷେଇ ଟାଲେଣ୍ଟ ବି ବଢିପାରିବ ।

ଜାଣନ୍ତୁ କମ୍ ସମୟରେ ଫଟାଫଟ ଏହି ସ୍ନାକ୍ସ କିପରି ତିଆରି କରିବେ । ଯାହା ଅପଣଙ୍କ ସମୟ ବଞ୍ଚାଇବା ସହ ଟେଷ୍ଟି ଖାଇବା ତିଆରି ହୋଇପାରିବ ।

ସାମଗ୍ରୀ- ସିଝା ଆଳୁ, ବେସନ, ଲଙ୍କା ପାଉଡର, ହଳଦି ପାଉଡର, ଧନିଆ ପାଉଡର, ଗରମ ମସଲା, ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ- ସର୍ବପ୍ରଥମେ ୩ଟା ସିଝା ଆଳୁକୁ ଏକ ଗିନାରେ ଭଲଭାବେ ଚକଟି ଦିଅନ୍ତୁ । ସେଥିରେ କିଛି ବେସନ, ହଳଦୀ, ଲଙ୍କା ପାଉଡର ଓ ଲୁଣ ପକାନ୍ତୁ । ପରେ କିଛି ପାଣି ମିଶାଇ ଭଲଭାବେ ଚକଟନ୍ତୁ । ପରେ ତିଆରି ହୋଇଥିବା ମିଶ୍ରଣକୁ ଉଦ୍ଦିଷ୍ଟ ଡବାରେ ପୂରାଇ ଦିଅନ୍ତୁ ।

ଯେପରି ଏହା ପତଳା ପତଳା ହୋଇ ଆଳୁ ଭୁଜିଆ ପରିକି ଗଳିବ । ପରେ କଢେଇ ଗରମ କରି ସେଥିରେ କିଛି ତେଲ ଢାଳନ୍ତୁ । ତେଲ ଗରମ ହେବା ପରେ ସେଥିରେ ଆଗରୁ ପ୍ରସ୍ତୁତ ଥିବା ମିଶ୍ରଣକୁ ପକାନ୍ତୁ । ଏହା ସାମାନ୍ୟ ସୁନେଳି ରଙ୍ଗ ହେବା ପରେ କାଢି ଦିଅନ୍ତୁ ।
ଆପଣ ଏହାକୁ ଚା’, କଫି କିମ୍ବା କୋଲ୍ଡ ଡ୍ରିଙ୍କସ୍ ସହ ମଧ୍ୟ ଖାଇପାରିବେ ।

Leave a Reply

Your email address will not be published.