କେମିତି ଜାଣିବେ ଆପଣଙ୍କ ହୋଟେଲ୍‍ କୋଠରିରେ ଖଞ୍ଜା ଯାଇଥିବା କ୍ୟାମେରା ରହସ୍ୟ

ଭୁବନେଶ୍ୱର, (ଓଟି): କୌଣସି ହୋଟେଲ୍‍ କିମ୍ବା ଗେଷ୍ଟ ହାଉସ୍‍ରେ ରହିବା ସମୟରେ ଆପଣଙ୍କ କୋଠରୀ ସିସିଟିଭି କ୍ୟାମେରା ଯାଞ୍ଚରେ ରହିଥାଇପାରେ । ନିକଟରେ ଏମିତି ଅନେକ ଅଭିଯୋଗ ଆସିଛି ସେ ଭିତରେ ଭୁବନେଶ୍ୱରରର \” ସାଇଆର୍ଯ୍ୟ ରେସିଡେନ୍ସୀ\’ ଅନ୍ୟତମ । ଗତ ୫ ତାରିଖରେ ଏହି ଗେଷ୍ଟ ହାଉସ୍‍ରେ ରହିଥିବା ଜଣେ ଝିଅ ଏଠାରେ ସିସିଟିଭି ବା ଗୁପ୍ତ କ୍ୟାମେରା ଲଗାଯାଇଥିବା ସନ୍ଦେହ କରି ପୁଲିସକୁ ଅଭିଯୋଗ ଦେବା ପରେ ହୋଷଟଲ୍‍ର ୨ ଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି । ଯଦିଓ \”ଓୟୋ\’ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି କିନ୍ତୁ ଓୟୋର ପାର୍ଟନର ହୋଟେଲ୍‍ ମାନଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏହିପରି ଅଭିଯୋଗ ଆସିଛି । ଏଣୁ ଆପଣ ଛୁଟି କାଟିବାକୁ ବା ନିଜର ମନୋରଞ୍ଜନ ପାଇଁ ଯାଇଥିବା ହୋଟେଲ୍‍ ଆପଣଙ୍କୁ ପରବର୍ତ୍ତୀ ସମୟରେ ବ୍ଲାକ୍‍ମେଲିଂର ଶିକାର ହେବାକୁ ନଦେଉ ତାହାନ ିଶ୍ଚିତ କରିବାକୁ ହେବ । ତେବେ କେମିତି?


କେମିତି ଜାଣିବେ ଆପଣ ରହିଥିବା କୋଠରିରେ କେହି ଦୁର୍ବୁର୍ତ୍ତ ଗୁପ୍ତ କ୍ୟାମେରା ଖଞ୍ଜିଥିବା କଥା । ଏହା ଏତେ ସହଜ ବ୍ୟାପାର ନୁହେଁ । କାରଣ ଦୁର୍ବୃତ୍ତ ଏମିତି କିଛି ସ୍ଥାନରେ ଏହି କ୍ଷୁଦ୍ର କ୍ୟାମେରାକୁ ଲଗାଇବାରେ ସକ୍ଷମ ହେଉଛନ୍ତି ଯାହା ଖାଲି ଆଖିେୀ ଧରାପଡ଼େ ନାହିଁ । ହେଲେ କିଛି ଆବଶ୍ୟକ ଯାଞ୍ଚ କରି ନିଅନ୍ତୁ ।


ପ୍ରଥମ କଥା ହେଉଛି ଯଦି କୌଣସି ହୋଟେଲ୍‍ ରୁମ୍‍ରେ ଗୁପ୍ତ କ୍ୟାମେରା ଲାଗିଥିବା ନେଇ ଆପଣଙ୍କ ସନ୍ଦେହ ହେଉଛି ତେବେ ପରିବେଶକୁ ପ୍ରଥମେ ଯାଞ୍ଚ କରନ୍ତୁ । ସନ୍ଦେହ ଜିନିଷଗୁଡ଼ିକୁ ଦେଖି ନିଅନ୍ତୁ ।


ଏହାପରେ ସମସ୍ତ ଲାଇଟ୍‍ , ଟିଭି, କମ୍ପ୍ୟୁଟର ସାଜସଜ୍ଜା ଆଲୋକେ ସବୁ କିଛି ବନ୍ଦ କରି କୋଠରୀକୁ ସମ୍ପୂଣ୍ଣ ଅନ୍ଧାର କରି ଦିଅନ୍ତୁ । ଏହି ସମୟରେ ଆପଣଙ୍କ ମୋବାଇଲ୍‍ର କ୍ୟାମେରା ଖୋଲି ସନ୍ଦେହ ହେଉଥିବା ସ୍ଥାନଗୁଡ଼ିକ ଆଡ଼କୁ ମୁହାଁନ୍ତୁ । ଯଦି କୌଣସି କୋଣ ବା ଜିନିଷ ପାଖରୁ ଧଳା ରଙ୍ଗର ବିନ୍ଦୁ ସ୍ପଷ୍ଟ ହେଉଛି ତେବେ ନିଶ୍ଚିତ ହୁଅନ୍ତୁ ଯେ ସେହି ସ୍ଥାନରେ କ୍ୟାମେରା ଲାଗିଛି । ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।


କେମିତି ଏହା କାମ କରେ?
ପ୍ରତି କ୍ୟାମେରା ଇନ୍‍ଫ୍ରାରେଡ୍‍ ବା ଲୋହିତ ରଶ୍ମୀ କୌଶଳକୁ ବ୍ୟବହାର କରିଥାଆନ୍ତି । ଏହାଦ୍ୱାରା କ୍ୟାମେରାର ଲେନ୍ସ ରାତିବେଳେ ମଧ୍ୟ ଦେଖିପାରେ । ଖାଲି ଆଖିରେ ଏହି ରଶ୍ମିର ବିକିରଣ ଜଣାପଡ଼େ ନାହିଁ । କିନ୍ତୁ କ୍ୟାମେରା ଆଖିରେ ତାହା ଧରା ପଡ଼ିଯାଏ ।
ଏହି ଛୋଟ ଛୋଟ ତିନୋଟି ପଦକ୍ଷେପକୁ ଧ୍ୟାନ ଦେଇ ଆପଣଙ୍କ ଛୁଟିକୁ ବରବାଦ କରିଦେଉଥିବା ମୁହୂର୍ତ୍ତଠୁ ଆପଣ ବର୍ତ୍ତି ପାରିବେ ।

Leave a Reply

Your email address will not be published. Required fields are marked *