ବ୍ଲଡ୍ ସୁଗର୍ ନିୟନ୍ତ୍ରଣ ପାଇଁ ୫ଟି ଉପାୟ

ବୟସ ବଢିବା ସହିତ ରକ୍ତରେ ସର୍କରାର ମାତ୍ରା ବଢିଯାଇଥାଏ । ସାଧାରଣ ଭାଷାରେ କହିବାକୁ ଗଲେ ବ୍ୟକ୍ତି ଡାଇବେଟିଜ୍ର ଶିକାର ହୋଇଥାନ୍ତି । ଏହା ଅନେକ କ୍ଷେତ୍ରରେ ବଂଶାନୁକ୍ରମ ଅନୁଯାୟୀ ହୋଇଥାଏ । କିନ୍ତୁ ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ଡାଇବେଟିଜ୍ ସମସ୍ୟା ଦେଖିବାକୁ ମିଳୁଛି । ଏହାର ମୁଖ୍ୟ କାରଣ ହେଲା ଆଜିର ଅସନ୍ତୁଳିତ ଜୀବନଚର୍ଯ୍ୟା । ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପ୍ରକାର ମେଡିସିନ୍ ବ୍ୟବହାର ହେଉଛି । କିନ୍ତୁ ସେହିସବୁ ଔଷଧର ସାଇଡ୍ ଇଫେକ୍ଟ ମଧ୍ୟ ଅଧିକ । ସୁଗାର୍ ଲେଭଲ୍ ଅଧିକ ହେବା କିମ୍ବା କମ୍ ହେବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରଣ । ତେଣୁ ସୁଗାର୍ ଲେଭଲ୍କୁ ନିୟନ୍ତ୍ରଣରେ ରହିବା ପାଇଁ କେବଳ ୫ଟି ଉପାୟ ଆପଣାନ୍ତୁ ।


୧- ନିଜ ଡାଏଟ୍‌ରେ ପ୍ରୋବାୟୋଟିକ୍ ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ । ଅର୍ଥାତ୍ ଦହି, ଆଚାର, ଡାର୍କ ଚକ୍ଲେଟ୍, ସିଝା ଆଳୁ, କଂଚା କଦଳୀ ଓ ରସୁଣ ପ୍ରୋବାୟୋଟିକ୍ ଖାଦ୍ୟ ଭାବେ ପରିଚିତ ।
୨- ଡାଲ୍ଚିନି ଖାଆନ୍ତୁ । ଏଥିରେ ଥିବା ଆଂଟିଅକ୍ସିଡେଂଟ୍ ସୁଗର୍ ସ୍ତରକୁ ନିୟନ୍ତ୍ରିତ ରଖିବାରେ ସହାୟକ ।
୩- ଏଲୋବେରା ଯୁକ୍ତ ଆୟୁର୍ବେଦ ଔଷଧର ସେବନ ଲାଭ ଦେଇଥାଏ ।
୪- ମେଥି ଖାଆନ୍ତୁ । ମେଥି ଦାନାରେ ଥିବା ପେଁକ୍ରିଏଟିକ୍ ସେଲ୍ସ ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖିଥାଏ ।
୫- କେବଳ ଡାଇବେଟିଜ୍ ପାଇଁ ନୁହେଁ, ସ୍ୱାସ୍ଥ୍ୟଗତ ଅନେକ ସମସ୍ୟାର ସମାଧାନ ପାଇଁ ପ୍ରତିଦିନ ସକାଳେ ଗ୍ରୀନ୍ ଟି ପିଅନ୍ତୁ ।

ଟୁଥ୍‌ପେଷ୍ଟ ଦ୍ୱାରା କରନ୍ତୁ ବ୍ରଣର ଉପଚାର 

ସୁସ୍ମିତାଙ୍କ ପ୍ରିୟ ବ୍ୟାୟାମ, ଜାଣନ୍ତୁ କ’ଣ?

ନ୍ୟାଚୁରାଲ୍ କ୍ଲିଞ୍ଜର୍ ଖିର ଓ ମହୁ

Leave a Reply

Your email address will not be published.