କେମିତି ବଦଳାଇବେ ଶିଶୁଙ୍କ ଡାଇପର୍

ଶିଶୁଟିଏ ଜନ୍ମହେବାର ୬-୭ ମାସ ପର୍ଯ୍ୟନ୍ତ ତା’ର ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ରହିବା ନିହାତି ଆବଶ୍ୟକ । ବିଶେଷ କରି ଡାଇପର୍ ବଦଳାଇବା ସମୟରେ ହାଇଜିନିକ୍ ଦିଗ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ନଚେତ୍ ତ୍ୱଚା ସଂକ୍ରମଣ ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ କିଛି ଟିପ୍ସ ଆପଣାନ୍ତୁ ଓ ଶିଶୁଙ୍କୁ ରଖନ୍ତୁ ରୋଗମୁକ୍ତ –


୧- ଡାଇପର୍ ବଦଳାଇବା ପୂର୍ବରୁ ହାତକୁ ସାବୁନରେ ଭଲ ଭାବେ ଧୁଅନ୍ତୁ । ଡାଇପର୍ ବଦଳାଇବା ପରେ ଏକ ନରମ କଟନ୍ କପଡ଼ାକୁ ହାଲ୍କା ଉଷୁମ୍ ପାଣିରେ ବୁଡ଼ାଇ ଶିଶୁକୁ ଭଲ ଭାବେ ପୋଛିଦିଅନ୍ତୁ । ପାଣିରେ ୧ ବୁନ୍ଦା ଡେଟଲ୍ ପକାଇବା ଭଲ । କିନ୍ତୁ ଅଧିକ ଡେଟଲ୍ ବ୍ୟବହାର କରନ୍ତୁ ନାହିଁ ।


୨- ଭଲ ଭାବେ ପୋଛିବା ପରେ ୧ରୁ ୨ ମିନିଟ୍ ଖୋଲା ଛାଡ଼ନ୍ତୁ । ଏହାପରେ କିଛି ବେବି ଆଣ୍ଟିସେପ୍ଟିକ୍ କ୍ରୀମ୍ କିମ୍ବା ପାଉଡର୍ ପକାନ୍ତୁ । ଏହାପରେ ପୁଣି ଏକ ଡାଇପର୍ ପିନ୍ଧାନ୍ତୁ ।


୩- ଘରେ ଡାଇପର୍ ପ୍ରସ୍ତୁତ କରୁଥିଲେ, ନରମ ସୂତା କପଡ଼ାରେ ପ୍ରସ୍ତୁତ କରନ୍ତୁ । ଏହି ଡାଇପର୍ ଧୋଇବା ପାଇଁ କିଛି ସମୟ ଅଧିକ ଗରମ ପାଣିରେ ବୁଡ଼ାଇ ରଖନ୍ତୁ । ଧୋଇବା ପାଇଁ ରୁକ୍ଷ ଡିଟର୍ଜେଣ୍ଟ୍ ବ୍ୟବହାର ନକରି ବେବି ଲିକ୍ୟୁଡ୍ ଡିଟଜେଣ୍ଟ୍ ବ୍ୟବହାର କରନ୍ତୁ । ସମ୍ପୂର୍ଣ୍ଣ ଭାବେ ଶୁଖିଲା ପରେ ହିଁ ଏହାକୁ ବ୍ୟବହାର କରନ୍ତୁ ।

କିନ୍ତୁ ଯେତେଦୂର ସମ୍ଭବ ଡିସ୍ପୋଜିବଲ୍ ଡାଇପର୍ ବ୍ୟବହାର କରିବା ହିଁ ଶିଶୁର ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ।

http://odishatime.com/akshay-kumar-and-twinkle-khanna/ 

Leave a Reply

Your email address will not be published.