ବ୍ରଣରୁ ମୁକ୍ତି ପାଇବେ କେମିତି

ପୁଅ ହୁଅନ୍ତୁ ବା ଝିଅ, ପ୍ରାୟ ସମସ୍ତଙ୍କ ଠାରେ ବ୍ରଣ ସମସ୍ୟା ଦେଖାଦେଇଥାଏ । ଅଧିକାଂଶ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ବ୍ରଣ ହୋଇଥାଏ, ଯାହା ଆପେ ଆପେ ଦୂର ହୋଇଯାଏ । କିନ୍ତୁ ଅନେକ ବ୍ୟକ୍ତିଙ୍କ ପାଇଁ ଏହି ବ୍ରଣ ସମସ୍ୟା ସବୁଠାରୁ ଅଧିକ ହୋଇଥାଏ । କିଛି ଘରୋଇ ଉପଚାର ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ତେବେ ଆସନ୍ତୁ ଜାଣିବା –
୧- ବ୍ରଣ ନ ହେବା ପାଇଁ ସନ୍ତୁଳିତ ଡାଏଟ୍ ରୁଟିନ୍ ରହିବା ଆବଶ୍ୟକ । ବିଶେଷ କରି ଖରାଦିନେ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
୨- ପ୍ରତିଦିନ ଅଧିକରୁ ଅଧିକ ପାଣି ପିଅନ୍ତୁ । ଶୀତଦିନେ ଶୋଷ ଲାଗିନଥାଏ । ତେଣୁ ପାଣି ପିଇବାର ପରିମାଣ କମ୍ ହୋଇଥାଏ । ଏହା ଯୋଗୁଁ ତ୍ୱଚା ଶୁଷ୍କ ହୋଇଥାଏ, ଫଳରେ ବ୍ରଣ ସମସ୍ୟା ଦେଖାଦିଏ ।
୩- ବ୍ରଣକୁ କେବେ ମଧ୍ୟ ନଖ ମାରନ୍ତୁ ନାହିଁ ।
୪- ସକାଳୁ ଉଠିବା ପରେ ଏବଂ ରାତି ଶୋଇବା ପୂର୍ବରୁ କୌଣସି ଆଣ୍ଟିସେପ୍ଟିକ୍ କ୍ରୀମ୍ ହାଲ୍କା ଭାବେ ନେଇ ଚେହେରାର ମସାଜ୍ କରନ୍ତୁ । ମସାଜ୍ ଦ୍ୱାରା ରକ୍ତ ସଞ୍ଜାଳନ ଠିକ୍ ହୋଇଥାଏ । ଫଳରେ ବ୍ରଣ ସମସ୍ୟା ଟିକେ କମିଥାଏ ।
୫- ଅତ୍ୟଧିକ ତୈଳାକ୍ତ କ୍ରୀମ୍ ବ୍ୟବହାର କରନ୍ତୁ ନାହିଁ ।
୬- ଅଧିକ ପ୍ରଦୂଷଣ ଓ ସୂର୍ଯ୍ୟକିରଣ ଯୋଗୁଁ ବ୍ରଣ ସମସ୍ୟା ଦେଖାଦେଇଥାଏ । ତେଣୁ ବାହାରକୁ ଯିବା ସମୟରେ ମୁହଁକୁ ଭଲ ଭାବେ ଢାଙ୍କିକରି ଯାଆନ୍ତୁ ।

ହେଲଥ ଟିପ୍ସ: ଖାଲି ପାଦରେ ଚାଲିବାର ଉପକା


ଘନ କେଶ, ସୁନ୍ଦର ତ୍ୱଚା ଓ ସୁସ୍ଥ ଶରୀରର ରହସ୍ୟ କମଳା ଚୋପା

http://odishatime.com/health-news-3/

Leave a Reply

Your email address will not be published.