ଦାନ୍ତର ସେନ୍ସିଟିଭିଟି ଦୂର କରିବା ପାଇଁ ଘରୋଇ ଉପାୟ

ଅନେକ ସମୟର ଦାନ୍ତରେ ସେନ୍ସିଟିଭିଟି ସମସ୍ୟା ଦେଖାଦେଇଥାଏ । କିଛି ଥଣ୍ଡା ଜିନିଷ ଖାଇଲେ ଦାନ୍ତ ଅଧିକ ଥଣ୍ଡା ଲାଗିବା କିମ୍ବା ଗରମ ଜିନିଷ ଖାଇଲେ ଦରଜ ହେବା ସମସ୍ୟାକୁ ସେନ୍ସିଟିଭିଟି କୁହାଯାଏ । ଏହି ସମସ୍ୟାକୁ କିଛି ଘରୋଇ ଉପଚାର ଦ୍ୱାରା ଦୂର କରିହେବ । ତାହେଲେ ଆସନ୍ତୁ ଜାଣିବା –
୧- ଦାନ୍ତ ଓ ମାଢିର ସମ୍ବେଦନଶୀଳତାକୁ ଦୂର କରିବା ପାଇଁ ସୋରିଷ ତେଲ ଓ ସୌଧବ ଲୁଣ ଖୁବ୍ ଉପକାରୀ । ଗୋଟିଏ ଛୋଟ ଚାମଚ ସୌଧବ ଲୁଣରେ ଏକ ଛୋଟ ଚାମଚ ସୋରିଷ ତେଲ ପକାନ୍ତୁ । ଏହାକୁ ଭଲଭାବେ ଫେଣ୍ଟି ମାଢି ଓ ଦାନ୍ତରେ ଲଗାଇ କିଛି ସମୟ ରଖନ୍ତୁ । ପରେ ହାଲ୍କା ଉଷୁମ ପାଣିରେ ପାଟିକୁ ଧୋଇଦିଅନ୍ତୁ । କିଛି ଦିନ ଏଭଳି କରିବା ଦ୍ୱାରା ସେନ୍ସିଟିଭିଟି ଦୂର ହୋଇଥାଏ ।
୨- ଲବଙ୍ଗତେଲକୁ ତୁଳାରେ ବୁଡ଼ାଇ ମାଢି ଓ ଦାନ୍ତରେ ଲଗାନ୍ତୁ । ଲବଙ୍ଗରେ ଏନିସ୍ଥୋଟିକ୍ ଗୁଣ ଓ ଆଣ୍ଟି ଅକ୍ସିଡେଣ୍ଟ୍ ଥିବାରୁ ଏହା ସେନ୍ସିଟିଭିଟି ସମସ୍ୟାରୁ ମୁକ୍ତି ଦେଇଥାଏ ।
୩- ଜୁଆଣି ତେଲକୁ ମଧ୍ୟ ଆପଣ ତୁଳାରେ ବୁଡ଼ାଇ ଦାନ୍ତରେ ଲଗାଇ ପାରିବେ ।

କୋଲେଷ୍ଟ୍ରଲ୍ କମ୍ କରିବାକୁ ଚାହୁଁଛନ୍ତି, ଏହି ମସଲାର ବ୍ୟବହାର କରିପାରନ୍ତି 

ବସ୍‌ ଓ କାର୍‌ରେ ଯାତ୍ରା କଲେ ବାନ୍ତି ହେଉଛି, ଆପଣାନ୍ତୁ କିଛି ସରଳ ଉପାୟ 

Leave a Reply

Your email address will not be published.