୧୦୦କୋଟି କ୍ଲବରେ ‘ହାଉସ୍ଫୁଲ୍୪’

ଏଥର ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଥିବା ‘ହାଉସଫୁଲ୍୪’ ମାତ୍ର ୪ ଦିନ ମଧ୍ୟରେ ୧୦୦କୋଟିରୁ ଊଦ୍ଧ୍ୱର୍ ବ୍ୟବସାୟ କରିସାରିଛି । ଓପନିଙ୍ଗ୍ ଡେ’ରେ ମାତ୍ର ୧୯ କୋଟି ଟଙ୍କାର ବକ୍ସ ଅଫିସ୍ କଲେକସନ୍ ହୋଇଥିବାରୁ ଏହାର ବ୍ୟବସାୟକୁ ନେଇ ଟ୍ରେଡ୍ ଆନାଲିଷ୍ଟମାନଙ୍କ ମଧ୍ୟରେ ଅନେକ ଆଲେଚନା ଓ ସମାଲୋଚନା ଶୁଣିବାକୁ ମିଳିଥିଲା । କିନ୍ତୁ ୫ଦିନ ଏହା୨୪ କୋଟି କଲେକସନ୍ କରିଥିଲା । ତେବେ ଏହାକୁ ମିଶାଇ ଫିଲ୍ମ ରିଲିଜ୍ ହେବାର ୪ ଦିନ ମଧ୍ୟରେ ଏହାର ମୋଟ ବ୍ୟବସାୟ ଥିଲା ୧୨୫ କୋଟି ଟଙ୍କା ।

କମେଡ଼ି ଫିଲ୍ମ ‘ହାଉସଫୁଲ୍’ର ପ୍ରତ୍ୟେକ ସଂସ୍କରଣ ବକ୍ସଅଫିସରେ ଧମାକେଦାର୍ ବ୍ୟବସାୟ କରିବାର ରେକର୍ଡ଼ ରହିଛି । ତେଣୁ ଏହାର ଚତୁର୍ଥ ସଂସ୍କରଣ ‘ହାଉସଫୁଲ୍୪’ର ବ୍ୟବସାୟ ଫିଲ୍ମ ଆନାଲିଷ୍ଟମାନଙ୍କୁ ଅଳ୍ପ ଚିନ୍ତିତ କରିଥିଲା । ଫାଷ୍ଟ ୱିକଏଣ୍ଡରେ ଏହାର ବ୍ୟବସାୟରେ ଆହୁରି ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଫିଲ୍ମରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ବବି ଦେଓଲ, ପୂଜା ହେଗଡ଼େ, କୃତି ସେନନ୍, କୃତି ଖରବନ୍ଦା ଓ ଚଙ୍କି ପାଣ୍ଡେ ମୁଖ୍ୟ ଭୂମିକାରେ ଅଛନ୍ତି ।

Leave a Reply

Your email address will not be published. Required fields are marked *