‘ହାଉସଫୁଲ୍ ୪’ ପାଇଁ ରେଲୱେ ବିଭାଗକୁ ମିଳିଲା ୫୩ କୋଟି
ଭାରତର କଳା ଓ ମନୋରଞ୍ଜନ କ୍ଷେତ୍ରର ପ୍ରଚାର ଓ ପ୍ରସାର କରିବା ପାଇଁ ଭାରତୀୟ ରେଲୱେ ପକ୍ଷରୁ ଆରମ୍ଭ କରାଯାଇଥିବା ‘ପ୍ରମୋସନ୍ ଅନ୍ ହ୍ୱିଇଲସ’ ପ୍ରୋଜେକ୍ଟକୁ ବଲିଉଡ୍ ପକ୍ଷରୁ ବେଶ୍ ସ୍ୱାଗତ ଓ ସମର୍ଥନ କରାଯାଇଥିଲା । ଏହି ପ୍ରୋଜେକ୍ଟର ପ୍ରଥମ ଫିଲ୍ମ ହେଉଛି ‘ହାଉସଫୁଲ୍ ୪’ । ଫିଲ୍ମର ପ୍ରମୋସନ୍ ପାଇଁ ୮ଟି କୋଚ୍ ବିଶିଷ୍ଟ ଏହି ସ୍ପେଶାଲ୍ ଟ୍ରେନ୍ ମାଧ୍ୟମରେ କରାଯାଇଥିଲା । ଏହି ମନୋରଞ୍ଜନ ଯାତ୍ରା ଦ୍ୱାରା ରେଲୱେ ବିଭାଗରେ ୫୩ କୋଟି ଟଙ୍କା ଆୟ ହୋଇଥିବାର ସୂଚନା ମିଳିଛି । ‘ହାଉସଫୁଲ୍ ୪’ ପରେ ଏହି ସ୍ପେଶାଲ୍ ଟ୍ରେନ୍ ବୁକିଂ ତାଲିକାରେ ରହିଛି ଆଉ ୭ଟି ଫିଲ୍ମ । ‘ଦବଙ୍ଗ ୩’, ‘ସାଣ୍ଢ୍ କି ଆଖଁ’, ‘ଛପାକ୍’, ‘ଲଂଚ ବକ୍ସ ୨’ ଓ ‘ପ୍ୟାଡମ୍ୟାନ୍ ୨’ସହିତ ଛୋଟ ପରଦାର ରିଏଲିଟି ଶୋ’ ‘କୌନ୍ ବନେଗା କେରାଡ଼ପତି’ ଓ କପିଲ ଶର୍ମାଙ୍କ କମେଡ଼ି ଶୋ’ ମଧ୍ୟ ଏହି ତାଲିକାରେ ଅଛନ୍ତି । ସାଜିଦ୍ ନାଦିଆୱାଲାଙ୍କ ନିର୍ଦ୍ଦେଶିତ ‘ହାଉସଫୁଲ୍ ୪’ର ଟିମ୍ ଗତ ୧୬ ଅକ୍ଟୋବର ତାରିଖରେ ମୁମ୍ବାଇରୁ ବାହାରି ୧୭ ଅକ୍ଟୋବର ଦ୍ୱିପ୍ରହରରେ ଦିଲ୍ଲୀ ପହଞ୍ଚିଥିଲେ । ଆଗାମୀ ୨୫ ତାରିଖରେ ‘ହାଉସଫୁଲ୍ ୪’ ରିଲିଜ୍ ହେବ ।