‘ପ୍ରମୋସନ୍ ଅନ୍ ହୁଇଲସ୍’ କ୍ଷେତ୍ରରେ ପ୍ରଥମ ଫିଲ୍ମ ‘ହାଉସଫୁଲ୍ ୪’
ଭାରତୀୟ ରେଲୱେ ପକ୍ଷରୁ ‘ପ୍ରମୋସନ୍ ଅନ୍ ହୁଇଲସ୍’ ସେବା ଆରମ୍ଭ କରାଯାଇଛି । ଏହି ସେବା ମାଧ୍ୟମରେ ଏକ ସ୍ପେଶାଲ୍ ଟ୍ରେନ୍ ଚଳାଚଳ ଆରମ୍ଭ କରିବ, ଯେଉଁଥିରେ ଭାରତୀୟ କଳା, ସଂସ୍କୃତି, ଖେଳ ଓ ମନୋରଞ୍ଜନର ପ୍ରଚାର ଓ ପ୍ରସାର କରାଯିବ । ‘ପ୍ରମୋସନ୍ ଅନ୍ ହୁଇଲସ୍’ କ୍ଷେତ୍ରରେ ସାଜିଦ୍ ନାଦିଆୱାଲାଙ୍କ ଫିଲ୍ମ ‘ହାଉସଫୁଲ୍ ୪’ ପ୍ରଥମ ବଲିଉଡ୍ ଫିଲ୍ମ ଭାବେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛି । ଫିଲ୍ମର ସମସ୍ତ ଷ୍ଟାରକାଷ୍ଟ୍ ଗତକାଲି (୧୬ ତାରିଖ) ଏହି ଟ୍ରେନରେ ବସି ମୁମ୍ବାଇରୁ ଫିଲ୍ମ ପ୍ରମୋସନର ଶୁଭାରମ୍ଭ କରିଥିଲେ । ଗୁରୁବାର ଦିନ ସେମାନେ ଦିଲ୍ଲୀ ପହଞ୍ଜିବେ ।
ଟ୍ରେନର ବାହାରେ ଫିଲ୍ମର ବଡ଼ ବଡ଼ ପୋଷ୍ଟର୍ ମଧ୍ୟ ଲଗାଯାଇଥିଲା । ପଶ୍ଚିମ ରେଲୱେର ମୁଖ୍ୟ ଜନସମ୍ପର୍କ ଅଧିକାରୀ ରବିନ୍ଦ୍ର ଭାସ୍କରଙ୍କ କହିବା ଅନୁଯାୟୀ ଏହି ସ୍ପେଶାଲ୍ ଟ୍ରେନ୍ ସୁରତ, ବଡ଼ୋଦରା ଓ କୋଟା ଷ୍ଟେସନ୍ ଦେଇ ଚାଲିବ । ଏଭଳି ଏକ ନିଆରା ଅନୁଭବ ପାଇଁ ଫିଲ୍ମଟିମ୍ ବେଶ୍ ଉତ୍ସାହିତ ଜଣାପଡ଼ୁଥିଲା ବେଳେ ଭାରତୀୟ ରେଲୱେର ଏଭଳି ଏକ ପଦକ୍ଷେପ ପାଇଁ ସାଜିଦ୍ ବିଶେଷଭାବେ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ୨୫ତାରିଖରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ଅକ୍ଷୟ କୁମାର, ବବି ଦେଓଲ୍, ରିତେଶ୍ ଦେଶମୁଖ୍, କୃତି ଖରବନ୍ଦା, କୃତି ସେସନ୍ ଓ ପୂଜା ହେଗଡ଼େ ମୁଖ୍ୟ ଭୂମିକାରେ ଅଛନ୍ତିି ।