ବଦଳୁଥିବା ମୌସମରେ ନିଜକୁ ଏଭଳି ରଖନ୍ତୁ ସୁସ୍ଥ
ଭୁବନେଶ୍ୱର; ଓଡିଶା ଟାଇମ: ପାଣିପାଗ ବଦଳିବା ଦ୍ୱାରା ଅନେକ ସମୟରେ ଲୋକମାନେ ବେମାରରେ ପଡିଥାଆନ୍ତି । ଏପରିକି କାଶ, ଥଣ୍ଡା, ସର୍ଦ୍ଦି, ଗଳାରେ ସଂକ୍ରମଣ ଭଳି ବହୁ ସମସ୍ୟା ଦେଖାଦେଇଥାଏ । ଯେଉଁଥିପାଇଁ ଆମେ ଔଷଧ ମଧ୍ୟ ସେବନ କରିଥାଉ ।
ହେଲେ ଆପଣ ଚାହିଁଲେ ଘରୋଇ ଉପଚାର କରି ଏସବୁ ରୋଗରୁ ଉପଶମ ମଧ୍ୟ ପାଇପାରିବେ।
ଚିକେନ୍ ସୁପ୍- ହୁଏତ ଚିକେନ୍ କିମ୍ବା ଭେଜିଟେବଲ୍ ସୁପ୍ ଆପଣଙ୍କ ଥଣ୍ଡାକୁ ପୂରାପୂରି ଠିକ୍ କରିନପାରେ । ତଥାପି ଶରୀର ଅସୁସ୍ଥ ଥିବା ବେଳେ ଏହାକୁ ପିଇଲେ ଖୁବ୍ ଉପକାରୀ ହୋଇଥାଏ । ଏହା ରେସ୍ପିରେଟରୀ ଇନଫେକସନ୍ କୁ କମ୍ କରିଥାଏ । ରେସ୍ପିରେଟରୀ ଏକ ଭାଇରାଲ ଇନଫେକସନ୍, ଯାହା ନାକ, ଗଳା, ଶ୍ୱାସନଳୀ ଓ ଫୁସଫୁସ୍ ଆଦିରେ ହୋଇଥାଏ ।
ଅଦା- ଅଦା ଏପରି ଏକ ଖାଦ୍ୟପଦାର୍ଥ ଯାହା ରୋଷେଇରେ ବ୍ୟବହାର ହେବା ସଙ୍ଗେସଙ୍ଗେ କାଶ ଓ ସର୍ଦ୍ଦି ଆଦିରୁ ମଧ୍ୟ ମୁକ୍ତି ଦେଇଥାଏ । ଏକ ରିପୋର୍ଟ ଅନୁଯାୟୀ ଅଦା ମଧ୍ୟ ଶରୀରରେ ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିଥାଏ । ଯାହା ଶରୀରକୁ ରୋଗ ବେମାରରୁ ରକ୍ଷା କରିଥାଏ । ସେଥିପାଇଁ କଞ୍ଚା ଅଦାର ଏକ ଖଣ୍ଡକୁ ପାଣିରେ ପକାଇ ସାମାନ୍ୟ ଫୁଟାନ୍ତୁ । ପରେ ଏହି ପାଣିକୁ ପିଇଲେ ମଧ୍ୟ ଆରାମ ମିଳିଥାଏ ।
ମହୁ- ମହୁରେ ଅନେକ ପ୍ରକାରର ଆଣ୍ଟିବ୍ୟାକ୍ଟେରିଆ ଓ ଆଣ୍ଟିମାଇକ୍ରୋବାଇଲ୍ ତତ୍ୱ ରହିଥାଏ । ପ୍ରତିଦିନ କିଛି ମହୁ ଓ ଲେମ୍ବୁ ପାଣି ପିଇବା ଦ୍ୱାରା ଗଳା ଜନିତ ସମସ୍ୟା ଦୂର ହୋଇଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଛୋଟ ଛୁଆଙ୍କୁ ମହୁ ଖାଇବାକୁ ଦେବା ଉଚିତ୍ ନୁହେଁ ।
ରସୁଣ- ରସୁଣରେ ଆଲିସିନ୍ ନାମକ ତତ୍ୱ ରହିଥାଏ । ଯେଉଁଥିରେ ଆଣ୍ଟିମାଇକ୍ରୋବିଲ୍ ଭଳି କାର୍ଯ୍ୟ କରିଥାଏ । ପ୍ରତିଦିନ ଖାଇବାରେ ଯଦି ଗୋଟିଏ ଲେଖାଏଁ ରସୁଣ ଖାଉଛନ୍ତି ତାହା ଆପଣଙ୍କ ଥଣ୍ଡା ଜନିତ ସମସ୍ୟାକୁ ଦୂର କରିଥାଏ ।
ଗରମ ପାଣିରେ ଗାଧୋଇବା/ଷ୍ଟିମ୍- ସିଜିନାଲ୍ ଭାଇରାଲ୍ ଯୋଗୁଁ ଅନେକ ସମୟରେ ନାକ ଓ ଗଳାରେ କୁଣ୍ଡେଇ ହେବା ଭଳି ଅନୁଭବ ହୁଏ । ଏହି ସମୟରେ ଷ୍ଟିମ୍ ନେଲେ ଏ ସମସ୍ୟାରୁ ଉପଶମ ମିଳିଥାଏ । ଷ୍ଟିମ୍ ନେବାବେଳେ ଧ୍ୟାନ ରଖିରେ ଯେପରି ପାଣି ଅଧିକ ଗରମ ନହୋଇଥିବ । ନଚେତ ଆପଣଙ୍କ ତ୍ୱଚା ଜଳିବାର ମଧ୍ୟ ଆଶଙ୍କା ରହିଛି ।