କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଭୟ: ଲାଗୁ ହେବ ଏନ୍‌ଆର୍‌ସି

ଭୁବନେଶ୍ଵର, (ଓଟି): ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକଦା ଭୋଟ୍‌ ବ୍ୟାଙ୍କ୍‌ ସାଜିଥିବା ସନ୍ଦିଗ୍ଧ ବାଂଲାଦେଶୀ ସମ୍ପ୍ରଦାୟଙ୍କ ଲାଗି ଅଡ଼ୁଆ ବଢ଼ିଛି। ଆସାମ ଢାଞ୍ଚାରେ ଏଠାରେ ଜାତୀୟ ନାଗରିକ ସଂହିତା ( ଏନ୍‌ଆର୍‌ସି) ପ୍ରଚଳନ କରାଯିବା ପାଇଁ ଗୃହ ମନ୍ତ୍ରଣାଳୟ ଭାରତର ରେଜିଷ୍ଟାର୍‌ ମହାନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି।  ଫଳରେ ଦୀର୍ଘଦିନ ଧରି କେନ୍ଦ୍ରାପଡ଼ାରେ ଅନୁପ୍ରବେଶ ସହ ଘର ବାନ୍ଧିଥିବା ବଂଲାଦେଶୀ ନାଗରିକଙ୍କ ଲାଗି ଏହା ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି। 

ମତ୍ସ୍ୟ ବ୍ୟବସାୟୀ ଆଳରେ କେନ୍ଦ୍ରାପଡ଼ାର ବିଭିନ୍ନ ବ୍ଲକ୍‌ରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ବସତି ସ୍ଥାପନ କରିଛନ୍ତି। ଅନେକ ସ୍ଥାନେରେ ଏହି ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକ ବୋଲି ପରିଚ୍ର ନେଦବାକୁ ବି ଚେଷ୍ଟା କରାଯାଇଛି। ଏପରିକି ସେମାନଙ୍କୁ ଭୋଟର ପରିଚୟପତ୍ର ଦିଆଯାଇ ଏକ ସ୍ଵତନ୍ତ୍ର ଭୋଟ୍‌ ବ୍ୟାଙ୍କ୍‌ ସୃଷ୍ଟି କରାଯାଇଛି। ପୁରୁଷ ପୁରୁଷ ଧରି କେତେକ ଲୋକ ଏବେ ଭାରତୀୟ ନାଗରିକ ବୋଲି ନିଜକୁ ପରିଚୟ ଦେଉଛନ୍ତି। ଅନେକ ସମୟରେ ଏହି ସମ୍ପ୍ରଦାୟର ଲୋକେ ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟରେ ଲିପ୍ତ ରହି ଦଙ୍ଗା ଓ ଡକାୟତି କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହି କାରଣରୁ ଆସାମ ଢାଞ୍ଚାରେ ଏଠାରେ ମଧ୍ୟ ଏନ୍‌ଆର୍‌ସିଲାଗୁ ପାଇଁ ଅନେକ ଦିନ ହେଲା ଦାବି ହୋଇ ଆସୁଥିଲା। ଏହିକ୍ରମରେ ହାଇକୋର୍ଟଙ୍କ ପକ୍ଷରୁ ମୋହିତ ଅଗ୍ରୱାଲ୍‌ଙ୍କୁ ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତ କରିଥିଲେ। ଗଲା ନଭେମ୍ବର ମାସରେ ଏହି ସପକ୍ଷରେ ଆମିକସ୍‌ କ୍ୟୁରି ରିପୋଟ; ଦେବା ପରେ ଏହାକୁ ଲାଗୁ ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଜଙ୍ଗଲ ବିଭାଗ ତଥା ଜିଲ୍ଲା ପ୍ରଶଶସନର ବରିଷ୍ଠ ଅଧିକାରୀଙ୍କ ମଧ୍‌ୟରେ ବୈଠକ କରାଯାଇ ଆବଶ୍ୟକ ତଦନ୍ତ କରାଯାଇଥିଲା। 

ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟଙ୍କ ପକ୍ଷରୁ ଆଇଜିଆର୍‌ଙ୍କୁ ଚିଠି ମିଳିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ନାଗରିକ ସଂହିତା ଲାଗୁ ହେବା ସମ୍ଭାବନା ବଢ଼ିଛି। ଏହାଫଳରେ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। 

 

Leave a Reply

Your email address will not be published. Required fields are marked *