ପୁଣି ସଂଶୋଧନ ହୋଇପାରେ ନାଗରିକତ୍ଵ ଆଇନ

ଭୁବନେଶ୍ଵର, (ଓଟି): ଯେଉଁ ନାଗରିକତ୍ଵ ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ହିଂସାତ୍ମକ ବାତାବରଣ ସୃଷ୍ଟି ହୋଇଛି ସେହି ଆଇନ ପୁଣିଥରେ ପରିବର୍ତ୍ତନ ହୋଇପାରେ। ଅର୍ଥାତ୍‌ ମୋଦି ସରକାର ଏ ମାମଲାରେ ପଛଘୁଞ୍ଚା ଦେଇପାରନ୍ତି। ଏହିଭଳି ଏକ ସଙ୍କେତ ଦେଇଛନ୍ତି ଖୋଦ୍‌ ଗୃହମନ୍ତ୍ରୀ ଅମିତ ଶାହ। 

ଝାଡ଼ଖଣ୍ଡରେ ଏକ ନିର୍ବାଚନ ର୍ୟାଲିକୁ ସମ୍ବୋଧନ କରିବ ବେଳେ ଶ୍ରୀ ଶାହ କହିଛନ୍ତି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସ୍ଥିତିକୁ ଦେଖି ସେଠାର ନେତାମାନେ କିଛି ପ୍ରସ୍ତାବ ଦେଇଛନ୍ତି। ସେହି ପ୍ରସ୍ତାବ ଗୁଡ଼ିକୁ ବିଚାରକୁ ନେଇ ଆଇନରେ କିଛି ପରିବର୍ତ୍ତନ ଅଣାଯାଇପାରେ। ଏନେଇ ସେ ଶୁକ୍ରବାରବାରଦିନ ମେଘାଳୟର ମୁଖ୍ୟମନ୍ତ୍ରରୀ କନ୍ନାଡ଼ ସାଙ୍ଗମା ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ଆଇନରେ ସଂଶୋଧନ ତଥା ତାହାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତି ହେତୁ ସେମାନେ କି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହା ବ୍ୟାଖ୍ୟା କରିଛନ୍ତି। ‘ମୁ ସେମାନଙ୍କୁ ଖ୍ରୀଷ୍ଟମାସ ପରେ ଭେଟିବାକୁ  କହିଛି। ସେମାନଙ୍କ ସହ ଆଲେଶଚନା କରିବା ପରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ କିଛି ବ୍ୟବସ୍ଥା କରାଯାଇପାରେ। 

ଗିରିଡିହଠାରେ ଏକ ନିର୍ବାଚନ ସଭାକୁ ସମ୍ବୋଧନ କରିବାବେଳେ ଶ୍ରୀ ଶାହ ଏହା କହିଛନ୍ତି। ସେ କହିଛନ୍ତି ଯେ, ଏହି ବିଲ୍‌ ଯେତେବେଳେ ସଂସଦରେ ଉପସ୍ଥାପନ ହେଲା ସେତେବେଳେ କଂଗ୍ରେସର ମୁଣ୍ଡବିନ୍ଧା ଆରମ୍ଭ ହୋଇଗଲା। ଉତ୍ତର-ପୂର୍ବା୍ୟ୍ଚଳରେ ସେମାନେ ଅଶାନ୍ତିକୁ ଉସ୍‌କାଇଲେ। କଂଗ୍ରେସ କହୁଛି ଆମେ ମୁସଲ୍‌ମାନ ବିରୋଧୀ। କିନ୍ତୁ ବାସ୍ତବରେ ସେମାନେ ହିନ୍ଦୁ-ମୁସଲ୍‌ମାନ ରାଜନୀତି ଖେଳୁଛନ୍ତି। ସେମାନେ ଦେଶରେ ଆତଙ୍କବାଦ ଓ ନକ୍ସଲବାଦକୁ ପ୍ରୋତ୍ସାହନ ଦେଇଛନ୍ତି। ଯାହାଫଳରେ ଜାତୀୟ ସୁରକ୍ଷା ବାଧା ପାଇଛି ବୋଲି ଶ୍ରୀ ଶାହ କହିଛନ୍ତି। 

Leave a Reply

Your email address will not be published.