ଘରେ ପ୍ରସ୍ତୁତ କରନ୍ତୁ ହେୟାର୍ ଡାଇ, ଅଧିକ ଦିନ କେଶ କଳା ରହିବ
ତ୍ୱଚା ଓ କେଶର ସୁରକ୍ଷା ଚାହୁଁଥିଲେ ମାର୍କେଟ୍ରେ ମିଳୁଥିବା ହେୟାର୍ ଡାଇ ନ କିଣି ଘରେ ତାହାକୁ ପ୍ରସ୍ତୁତ କରନ୍ତୁ । ଏହା କେଶକୁ ଅଧିକ ଦିନ ପର୍ଯ୍ୟନ୍ତ କଳା ରଖିବାରେ ସହାୟକ । କେବଳ ଦୁଇଟି ଜିନିଷ ବ୍ୟବହାର କରି ଆପଣ ହେୟାର୍ଡାଇ ପ୍ରସ୍ତୁତ କରିପାରିବେ । ତାହେଲେ ଆସନ୍ତୁ ଜାଣିବା –
୧୦୦ଗ୍ରାମ ଶୁଖା ଅଁଳାକୁ ରାତିରେ ଏକ ତମ୍ବା ପାତ୍ରରେ ରଖନ୍ତୁ । ଧ୍ୟାନ ରଖିବେ ଅଁଳାର ମଞ୍ଜି ନଥିବ । ଏହାପରେ ସକାଳୁ ଏହାକୁ ବାହାର କରି ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଟିକେ କଳା ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଏକ ଗ୍ଲାସ୍ ପାଣି ନେଇ ସେଥିରେ ପକାନ୍ତୁ । ୭-୮ ମିନିଟ୍ ତାହାକୁ ସିଝିବାକୁ ଦିଅନ୍ତୁ । ଏହାପରେ ଏକ ରାତି ଏହି ମିଶ୍ରଣକୁ ଥଣ୍ଡା ହେବ ପାଇଁ ଛାଡ଼ିଦିଅନ୍ତୁ ।
ସକାଳେ ଏହାକୁ ଗ୍ରାଇଣ୍ଡିଙ୍ଗ୍ କରି ଏକ ପେଷ୍ଟ୍ ବନାନ୍ତୁ ଏବଂ ହେୟାର୍ ଡାଇ ଭଳି ଲଗାନ୍ତୁ । ଲଗାଇବା ପରେ ୨ ଘଣ୍ଟା ଛାଡ଼ିଦିଅନ୍ତୁ । ଏହାପରେ ଥଣ୍ଡାପାଣିରେ କେଶକୁ ଧୁଅନ୍ତୁ । କେଶ ସଫା କରିବା ସମୟରେ କୌଣସି ସାମ୍ପୁ ବ୍ୟବହାର କରନ୍ତୁ ନାହିଁ । ସପ୍ତାହରେ ୫-୬ ଥର ଏଭଳି କରନ୍ତୁ । ଗୋଟିଏ ଥର କେଶ କଳା ରଙ୍ଗ ହୋଇଗଲେ, ତାହା ସହଜରେ ଛାଡ଼ିନଥାଏ । ଏହି ଉପାୟ କେଶର ଅନ୍ୟ ସମସ୍ୟାଗୁଡ଼ିକୁ ମଧ୍ୟ ଦୂର କରିଥାଏ ।