#କୋଭିଡ୍-୧୯: ଘରୁ ମଗାନ୍ତୁ ଗ୍ରସରୀ… ପହଞ୍ଚିଯିବ

ଭୁବନେଶ୍ୱର(ଓଟି): ମହାମାରୀ କରୋନା ଆତଙ୍କ ସାରା ବିଶ୍ଵରେ। ସେ ଭିତରେ ଘାଣ୍ଟି ହେଉଛି ଆମ ଦେଶ, ରାଜ୍ୟ ଆଉ ରାଜଧାନୀ ଭୁବନଶ୍ଵେର। ସେଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର- ସମସ୍ତେ ତତ୍ପର। ନେଉଛନ୍ତି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏହିକ୍ରମରେ ଜନସାଧାରଣଙ୍କ ହିତ ପାଇଁ ଓ ସୁରକ୍ଷା ଦୃଷ୍ଟିରୁ ଏଣିକି ଅର୍ଡର ଅନୁସାରେ ଘରେ ଗ୍ରସରୀ ସାମଗ୍ରୀ ପହଞ୍ଚାଇବା ପାଇଁ ବିଏମ୍‌ସି ନେଇଛି ପଦକ୍ଷେପ। ଏଥିପାଇଁ ଜାରି ହୋଇଛି ରାଜଧାନୀର ବିଭିନ୍ନ ଅଞ୍ଚଳର ନମ୍ବର।

ତେବେ ଦିଆଯାଇଥିବା ନମ୍ବରରେ କଲ୍‌ ନକରି #WhatsApp କରିବାକୁ କୁହାଯାଇଛି।

ସୂଚନା ଅନୁସାରେ ବିଏମସି ପୂର୍ବରୁ ଘୋଷଣା କରିଥିଲା ଭୁବନେଶ୍ୱରବାସୀଙ୍କୁ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍ ଡେଲିଭରୀ ସୁବିଧା। ସେନେଇ ଭୁବନେଶ୍ୱରର ସମସ୍ତ ସପିଂ ମଲ୍ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ନମ୍ବର ବିଏମସି ଟୁଇଟ୍ ଜରିଆରେ ପ୍ରକାଶ କରିଛି। ପ୍ରକାଶିତ  ତାଲିକାରେ ସମସ୍ତ ସପିଂ ମଲ୍ ଘରେଘରେ ସାମଗ୍ରୀ ପହଞ୍ଚାଇବେ। ତେବେ ଯେଉଁ ଅଞ୍ଚଳକୁ ସିଲ୍ କିମ୍ବା ନିୟନ୍ତ୍ରଣ କ୍ଷେତ୍ର ମଧ୍ୟରେ ରଖାଯାଇଛି ସେଠାରେ ଏହି ସୁବିଧା ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ତାଲିକାଭୁକ୍ତ ସମସ୍ତ ଷ୍ଟୋର ୫କିମି ପରିଧି ଏବଂ ସର୍ବନିମ୍ନ ୪୮ ଘଣ୍ଟା ସମୟ ମଧ୍ୟରେ ଅର୍ଡର ପୂରଣ କରିବେ ବୋଲି କୁହାଯାଇଛି।

 

Leave a Reply

Your email address will not be published. Required fields are marked *