ଭାରତୀୟ ରାଜନୀତିରେ ୭ଟି ପ୍ରମୁଖ ଦଳର ‘ନିର୍ବାଚନ ଚିହ୍ନ’ ଇତିହାସ
ଭାରତରେ ବିଭିନ୍ନ ରାଜନୈତିକ ଦଳକୁ ନିର୍ବାଚନ ଚିହ୍ନ ବଣ୍ଟନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀଙ୍କୁ ମତଦାତାଙ୍କ ନିକଟରେ ପରିଚିତ କରିବାରେ ସହାୟତା କରିବ। ମତଦାତା ନିର୍ବାଚନ ଚିହ୍ନ ସାହାଯ୍ୟରେ ରାଜନୈତିକ ଦଳକୁ ମନେ ରଖି ଭୋଟ ଦେଇଥାଏ। କୌଣସି ରାଜନୈତିକ ଦଳ ନିର୍ବାଚନ ଚିହ୍ନ ବାଛିବାବେଳେ ନିର୍ବାଚନ କମିଶନ ଶେଷ ନିଷ୍ପତ୍ତି ନେଇଥାନ୍ତି।
ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ-୧୮୮୫ (ନିର୍ବାଚନ ଚିହ୍ନ ହାତ)

ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ କଂଗ୍ରେସର ନିର୍ବାଚନ ଚିହ୍ନ ଯୋଡି ବଳଦ ଥିଲା। ଏହି ଚିହ୍ନ ଗ୍ରାମାଞ୍ଚଳର କୃଷକମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିଥିଲା।


୧୯୬୯୯ରେ ପାର୍ଟିରେ ବିଭାଜନ ହେବା ପରେ ନିର୍ବାଚନ କମିାନ ଏହି ଚିହ୍ନକୁ ବନ୍ଦ କରିଦେଇଥିଲେ। କାମରାଜଙ୍କ ନେତୃତ୍ୱଧିନ ପୁରୁଣା କଂଗ୍ରେସକୁ ତ୍ରିରଙ୍ଗା ଚିହ୍ନ ସହିତ ଚରଖା ଦିଆଯାଇଥିବାବେଳେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧିନ କଂଗ୍ରେସକୁ ଗାଈ ବାଛୁରୀ ଚିହ୍ନ ଦିଆଯାଇଥିଲା। ୧୯୭୭ରେ ଜରୁରୀକାଳୀନ ପରିସ୍ତିତି ଶେଷ ହେବା ପରେ ନିର୍ବାଚନ କମିଶନ ଭାରତୀୟ ଜୋତୀୟ କଂଗ୍ରେସର ଗାଈ ବାଛୁରୀ ଚିହ୍ନକୁ ଜବତ କରିଥବଲେ। ଏହି ସମୟରେ ହୋଇଥିବା ଲୋକସଭା ନିର୍ବାଚନରେ ଇନ୍ଦିରା ଗାନ୍ଧୀ ରାଏବରେଲୀ ଆସନରୁ ନିର୍ବାଚନ ହାରିଯାଇଥିଲେ। ଏଥିରେ ଇନ୍ଦିରା ଗାନ୍ଧୀ ବିଚଳିତ ହୋଇ ଶଙ୍କରାଚାର୍ଯ୍ୟ ଚନ୍ଦ୍ରଶେଖରେନ୍ଦ୍ର ସରସ୍ୱତୀଙ୍କ ଆର୍ଶିବାଦ ନେବାକୁ ଯାଇଥିଲେ। ଶଙ୍କରାଚାର୍ଯ୍ୟ ନିଜର ଡାହାଣ ହାତ ଉଠାଇ ଇନ୍ଦିରା ଗାନ୍ଧୀଙ୍କୁ ଆର୍ଶିବାଦ ଦେଇଥିଲେ। ଏହି ସମୟରେ ଇନ୍ଦିରା ଗାନ୍ଧୀ ହାତକୁ ନିର୍ବାଚନ ଚିହ୍ନ କରିବାକୁ ଚିନ୍ତା କଲେ। ସେବେଠାରୁ ସେ ହାତକୁ ନିର୍ବାଚନ ଚିହ୍ନ କରିଛନ୍ତି।
ଭାରତୀୟ କମ୍ୟୁନିଷ୍ଟ ପାର୍ଟି-୧୯୫୨ (ଦା’ ଧାନ କେଣ୍ଡା)

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବା ସିପିଆଇ ଏକ ସାମ୍ୟବାଦୀ ଚିନ୍ତାଧାରାର ଦଳ। ୧୯୫୨ରୁ ଏହି ଦଳର ନିର୍ବାଚନ ଚିହ୍ନ ଦା’ଧାନକେଣ୍ଡା ରହିଛି। ଏହି ଚିହ୍ନ ଗ୍ରହଣ କରିବାର କାରଣ ହେଉଛି ସିପିଆଇ ଭୂମି ସୁଧାରକୁ ଗୁରୁତ୍ୱ ଦେଇ କୃଷକମାନଙ୍କ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି। ଶ୍ରମିକ ଆନ୍ଦୋଳନରେ ବି ସିପିଆଇ ବିଚାରଧାରାର ଏକ ବଡ ଅଂଶ ସାମିଲ ହୋଇଛି।
ମାର୍କସବାଦୀ କମ୍ୟୁନିଷ୍ଠ ପାର୍ଟି-୧୯୬୪ (ନିର୍ବାଚନ ଚିହ୍ନ ଦା’ ହାତୁଡି)

ମାର୍କସବାଦୀ କମ୍ୟୁନିଷ୍ଠ ପାର୍ଟି ବା ସିପିଏମର ନିର୍ବାଚନ ଚିହ୍ନ ଦା’ ହାତୁଡି କୃଷକ ସ ମଜଦୁରଙ୍କ ପାର୍ଟି ବୋଲି ଦର୍ଶାଉଛି। ଏହି ଲୋକମାନେ ବିଲରେ କାମ କରି ସାଧାରଣ ଜୀବନ ବିତାଇଥାନ୍ତି। ଏହି ପାର୍ଟି ସମଗ୍ର ଭାରତରେ ପୁଞ୍ଜିବାଦ ଓ ଗ୍ଲୋବାଲାଇଜେସନ ନୀତିକୁ ବିରୋଧ କରିଥାଏ।
ଭାରତୀୟ ଜନତା ପାର୍ଟି-୧୯୮୦ (ନିର୍ବାଚନ ଚିହ୍ନ ପଦ୍ମଫୁଲ)

ଜନସଂଘରୁ ଜନତା ଦଳରେ ସାମିଲ ହୋଇଥିବା ନେତାମାନେ ପରେ ୧୯୮୦ରେ ଭାରତୀୟ ଜନତା ପାର୍ଟି ବା ବିଜେପି ଗଠନ କରିଥିଲେ। ୧୮୫୭ରେ ସିପାହୀ ବିଦ୍ରୋହ ସମୟରେ ସୂଚନା ପ୍ରଦାନ ପାଇଁ ପଦ୍ମଫୁଲ ମଞ୍ଜିକୁ ବ୍ୟବହାର କରାଯାଉଥିଲା। ଦେଶର ଅନ୍ୟ ଭାଗରେ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ କରୁଥିବା ଲୋକମାନେ ପଦ୍ମଫୁଲକୁ ନିର୍ବାଚନ ଚିହ୍ନ ଭାବେ ବ୍ୟବହାର କରୁଥିଲେ। ଏହାଛଡ଼ା ପଦ୍ମଫୁଲକୁ ରାଜନୈତିକ ବିଚାରଧାରାର ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରତୀକ ବୋଲି କୁହାଯାଏ। ତେଣୁ ବିଜେପିର ସଂସ୍ଥାପକମାନଙ୍କ ମଧ୍ୟରୁ ଓଡ଼ିଶାର ପ୍ରହଲାଦ ସିଂହ ପଦ୍ମଫୁଲକୁ ନିର୍ବାଚନ ଚିହ୍ନ କରିବାକୁ ପ୍ରସ୍ତାବ ଦେବା ପରେ ତାହାକୁ ବ୍ୟବହାର କରାଯାଉଛି।
ବହୁଜନ ସମାଜ ପାର୍ଟି-୧୯୮୪ (ନିର୍ବାଚନ ଚିହ୍ନ ହାତୀ)

ବହୁଜନ ସମାଜ ପାର୍ଟି ବା ବିଏସପି ନିର୍ବାଚନ ଚିହ୍ନ ହାତୀ ହେଉଛି ଶାରିରୀକ ଶକ୍ତି ଓ ଉର୍ଜାର ପ୍ରତୀକ। ଏହା ଏକ ବଡ ପଶୁ ହୋଇଥିଲେ ହେଁ ପ୍ରାୟତଃ ଶାନ୍ତ ଥାଏ। ବହୁଜନ ସମାଜର ଅର୍ଥ ହେଉଛି ସମାଜରେ ଦଳିତ ବର୍ଗର ଲୋକଙ୍କ ସଂଖ୍ୟା ଅଧିକ। ଉଚ୍ଚ ବର୍ଗର ଲୋକମାନଙ୍କ ଉତ୍ପୀଡ଼ନ ବିରୋଧରେ ସଂଘର୍ଷକୁ ହାତୀ ମାଧ୍ୟମରେ ଦର୍ଶାଉଛି।
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-୧୯୯୦ (ନିର୍ବାଚନ ଚିହ୍ନ ଘଣ୍ଟା)

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପିର ନିର୍ବାଚନ ଚିହ୍ନ ନୀଳ ରଙ୍ଗ ରେଖା ସହିତ ଘଡ଼ି ରହିଛି। ଯେଉଁଥିରେ ତଳେ ଦୁଇଟି ଗୋଡ ଓ ଉପରେ ଆଲାର୍ମ ବଟନ ରହିଛି। ଏହି ଘଡିରେ ଦଶଟା ବାଜି ଦଶ ମିନିଟ ସମୟ ଦେଖାଉଛି। ଏନସିପିର ନିର୍ବାଚନ ଚିହ୍ନ ଘଡ଼ି ଏଥିପାଇଁ ରହିଛି, ଯେତେ ଖରାପ ସମୟ ଆସିଲେ ବି ଦଳ ତାର ସିଦ୍ଧାନ୍ତରୁ ଓହରିବ ନାହିଁ। ବରଂ ଆହୁରି ଦୃଢ଼ତାର ସହିତ ସଂଘର୍ଷ କରିବ।
ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ-୧୯୯୮ (ନିର୍ବାଚନ ଚିହ୍ନ ଘାସ ସହିତ ଦୁଇ ଫୁଲ)

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ସ୍ଲୋଗାନ ହେଉଛି ମା,ମାଟି,ମଣିଷ। ଏହାର ନିର୍ବାଚନ ଚିହ୍ନ ଘାସ ଓ ଫୁଲ। ଏହି ଚିହ୍ନ ମାଟି ସହିତ ଜଡ଼ିତ। ମାତୃତ୍ୱ ଆମ ରାଷ୍ଟ୍ରବାଦୀ ତତ୍ତ୍ୱର ପ୍ରତିନିଧିତ୍ୱ କରୁଛି। ନିର୍ବାଚନ ଚିହ୍ନରେ ଥିବା ଫୁଲ ଇଙ୍ଗିତ କରୁଛି କି ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ସମାଜର ସେହି ବର୍ଗକୁ ସମର୍ଥନ କରୁଛି ଯେଉଁମାନେ ସାଧାରଣତଃ ନିମ୍ନ ଓ ଶୋଷିତ ବର୍ଗର।