କାରରେ ଶୋଇ ଶୋଇ ଆସିଲେ ହିନା ଖାନ୍

ଚଳିତବର୍ଷ ପ୍ରଥମ ଥର ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ୍ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ଟେଲି ଅଭିନେତ୍ରୀ ହିନା ଖାନ୍ । କାନ୍ସରେ ଲଗାତାର ୩-୪ ଦିନ ବିଜି ରହିବା ପରେ ହିନା ଏକଦମ୍ ଟାଏଡ୍ ହୋଇଯାଇଥିଲେ । ହିନାଙ୍କ ପରଫରମାନ୍ସ ସରିବା ପରେ ସେ ତାଙ୍କର ବୟଫ୍ରେଣ୍ଡ୍ ରକି ଜେସୱାଲଙ୍କୁ ସାକ୍ଷାତ କରିବା ପାଇଁ ମିଲନ୍ ଯାଇଥିଲେ । ଅଧିକ କାମ ଓ ଯାତ୍ରା ଫଳରେ ହିନା ଥକ୍କା ମାରିବା ପାଇଁ କାର୍ ଭିତରେ ଶୋଇ ଯାଇଥିଲେ । ହିନା ଶୋଇବା ସମୟରେ ରକି ଏକ ଭିଡିଓ ପ୍ରସ୍ତୁତ କରି ସେୟାର୍ କରିଛନ୍ତି । କ୍ୟାପସନରେ ଲେଖିଛନ୍ତି – ‘ମାଇ ସ୍ଲିପିଙ୍ଗ୍ ବିୟୁଟି’ ।

ଏହି ଭିଡିଓକୁ ହିନା ମଧ୍ୟ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ଟେଲି ଦୁନିଆର ଲୋକପ୍ରିୟ ଶୋ’ ‘କସୌଟି ଜିନ୍ଦେଗୀ କି’ର ନାୟିକା ହିନା ଆଗାମୀ ଦିନରେ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ଇଣ୍ଡିଆ-ପାକିସ୍ତାନ୍ ସୀମାରେଖା ଉପରେ ଆଧାରିତ ଫିଲ୍ମ ‘ଲାଇନ୍ସ’ ମାଧ୍ୟମରେ ହିନା ଡେବ୍ୟୁ କରିବେ । ଏହି ଫିଲ୍ମର ପ୍ରଥମ ପୋଷ୍ଟର୍ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇସାରିଛି ।

Leave a Reply

Your email address will not be published.