ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨,୬୨୬ କୋଟି ଜବତ

ନିର୍ବାଚନ କମିଶନ ଆଜି ସନ୍ଧ୍ୟା ସୁଦ୍ଧା ଦେଶର ବିଭିନ୍ନ ସ୍ଥାନରୁ ନଗଦ ଓ ସାମଗ୍ରୀ ଆକାରରେ ମୋଟ ୨,୬୨୬ କୋଟି ଟଙ୍କା ଜବତ କରିଛନ୍ତି। ଏଥିରେ ନଗଦ ୬୦୭ କୋଟି ଟଙ୍କା ଥିବା ବେଳେ ୧୯୮ କୋଟି ଟଙ୍କା ମୂଲ୍ୟର ମଦ ରହିଛି। ସେହିପରି ଜବତ ହୋଇଥିବା ଡ୍ରଗ୍ସ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟର ମୂଲ୍ୟ ୧୦୯୧ କୋଟି। ଜବତ ମୂଲ୍ୟବାନ ଧାତୁର ମୂଲ୍ୟ ୪୮୬ କୋଟି ହୋଇଥିବା ବେଳେ ୪୮ କୋଟିର ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

ଏଗୁଡ଼ିକ ନିର୍ବାଚନ କମିଶନଙ୍କ ପକ୍ଷରୁ ନିୟୋଜିତ ଫ୍ଲାଇଂ ସ୍କ୍ୱାଡ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜବତ କରିଛି। ଏହି ଟଙ୍କା ଓ ଦ୍ରବ୍ୟଗୁଡ଼ିକୁ ଭୋଟ୍‌ ପାଇଁ ଲୋକଙ୍କୁ ବଣ୍ଟା ଯିବାକୁ ଅଣା ଯାଉଥିବା ଅନୁମାନ କରାଯାଉଛି ବୋଲି ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ତାମିଲନାଡୁରୁ ସର୍ବାଧିକ ୧୭୪କୋଟି ୬୬ଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ ଆନ୍ଧ୍ରପ୍ରଦେଶରୁ ୧୧୮ ୋଟି ଟଙ୍କା ଜବତ କରାଯାଇଛି। ତେଲେଙ୍ଗାନାରୁ ୫୪ କୋଟି ଟଙ୍କା, ଉତ୍ତରପ୍ରଦେଶରୁ ୩୩.୩୫ କୋଟି ଟଙ୍କା, ମହାରାଷ୍ଟ୍ରରୁ ୩୨.୬କୋଟି ଟଙ୍କା, ଦିଲ୍ଲୀରୁ ୨୯.୪୭ କୋଟି ଟଭ୍କା, ପଶ୍ଚିମବଙ୍ଗରୁ ୨୧.୧୪ କୋଟି ଟଙ୍କା, ପଞ୍ଜାବରୁ ୧୮.୯୮ କୋଟି ଟଙ୍କା ଓ ମଧ୍ୟପ୍ରଦେଶରୁ ୧୨.୭୫ କୋଟି ଟଙ୍କା ଜବତ ହୋଇଛି।

Leave a Reply

Your email address will not be published. Required fields are marked *