କାଂସ ଯିବା ପାଇଁ ରେଡି ହେଉଛନ୍ତି ହିନା

ଆଜିକାଲି ହିନା ଖାନଙ୍କ ଗୋଡ଼ ଆଉ ତଳେ ଲାଗୁନି । ଏବେ ସେ ସବୁକିଛି ଛାଡ଼ି ଦେଇ କେବଳ ନିଜର ଡ୍ରେସିଙ୍ଗ୍ ସେନ୍ସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଏଭଳି କରିବା ପଛରେ କାରଣ କ’ଣ ଜାଣିଛନ୍ତି? ତେବେ କହିରଖୁଛୁ ଆଗାମୀ କିଛିଦିନରେ ହିନା କାଂସ ଫିଲ୍ମ ଫେଷ୍ଟିଭାଲର ରେଡ୍ କାର୍ପେଟର ଶୋଭା ବଢାଇବେ । ତେଣୁ ସେ ନିଜର ପର୍ସନାଲିଟିକୁ ଅନ୍ୟମାନଙ୍କଠାରୁ ମଜବୁତ୍ କରିବାକୁ ଚାହୁଁଛନ୍ତି । ହିନା ତାଙ୍କର ଡ୍ରେସ୍ ଡିଜାଇନର୍ ସହିତ ଅଧିକରୁ ଅଧିକ ସମୟ ରହି ରେଡ୍ କାର୍ପେଟ୍ ଲୁକକୁ ଫାଇନାଲ୍ କରୁଛନ୍ତି ।

ପ୍ରଥମ ଥର ପାଇଁ ଏହି ସୁବର୍ଣ୍ଣ ସୁଯୋଗ ମିଳିଥିବାରୁ ସେ ତାଙ୍କର ଜଲୱା ଦେଖାଇବାରେ କୌଣସି ଭୁଲ୍ କରିବାକୁ ଚାହୁଁନାହାନ୍ତି । ଏହି ଫେଷ୍ଟିଭାଲ୍ ଆଗାମୀ ମେ’ ମାସ ୧୪ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ହିନାଙ୍କର ଆଗାମୀ ଫିଲ୍ମ ‘ଲାଇନ୍ସ’ର ଫାଷ୍ଟଲୁକ୍ର ଝଲକ ଦେଖିବାକୁ ମିଳିବ । ଏବେ ହିନା ଛୋଟ ପରଦାର ଶୋ’ ‘କସୌଟି ଜିନ୍ଦେଗୀ କେ’ରେ କୋମୋଲିକାର ଭୂମିକାରେ ଅଭିନୟ କରୁଛନ୍ତି । କିନ୍ତୁ ଫିଲ୍ମ ଫେଷ୍ଟିଭାଲକୁ ଯିବା ପାଇଁ ସେ ଶୋ’ରୁ ବିଦାୟ ନେବେ ବୋଲି ଖବର ମିଳିଛି । ତଥାପି ତାଙ୍କର ସଫଳତା ପାଇଁ ପ୍ରଶଂସକ ଓ ଶୋ’ର ସମ୍ପୂର୍ଣ୍ଣ ଟିମ୍ ଖୁବ୍ ଉତ୍ସାହିତ ଅଛନ୍ତି ।

Leave a Reply

Your email address will not be published.