ବର୍ଷିଲା, କରକା ମାଡ଼ରେ କଲା ଘାଇଲା

ବାଲେଶ୍ଵର (ଓଟି): ଅଦିନିଆ ବର୍ଷା ଆଉ ତାସହ ପ୍ରକୃତିର ତାଣ୍ଡପ ପୁଣି ଓଡ଼ିଶାରେ ସୃଷ୍ଟି ହୋଇଛି। ଏନେଇ ପାଣିପାଗ ବିଭାଗ ପୂର୍ବରୁ ଅନୁମାନ ମଧ୍ୟ କରିଥିଲା। ମଙ୍ଗଳବାରରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବାବଳେ ମଙ୍ଗଳବାର ସନ୍ଧ୍ୟା ଆସନ୍ନରୁ ବାଲେଶ୍ଵରରେ ନିର୍ଧୂମ୍‌ ବର୍ଷା କାଚିଥିଲା। ଏଥିସହ କରକା ମାଡ଼ରେ ଅସ୍ତବ୍ୟସ୍ତ କରିପକାଇଥିଲା ସାଧାରଣ ସ୍ଥିତି। ଲୋକେ ଘରୁ ବାହାରି ପାରିନଥିଲେ। ଏପରିକି ବାହାରେ ଥିବା ଲୋକେ ଯିଏ ଯେଉଁଠି ଥିଲେ ସେଇଠି ସୁରକ୍ଷିତ ଅଟକି ରହିବାକୁ ବାଧ୍ୟ ହୋଇଥିଲେ।

ସୂଚନା ଅନୁସାରେ ବାଲେଶ୍ଵର ସହରରେ ମଙ୍ଗଳବାର ବିଳମ୍ବିତ ଅପରାହ୍ଣରୁ ବର୍ଷା ସହ ପ୍ରବଳ କୁଆପଥର ମାଡ଼ ହୋଇଥିଲା। ୫ଟା ପରେ ହଠାତ୍ ବର୍ଷା ଆସିଥିବାବେଳେ ପରକୁ ପର କୁଆପଥର ମାଡ଼ ହୋଇଥିଲା। ତେବେ ପ୍ରଚୁର କୁଆ ପଥର ମାଡ଼ରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଅନ୍ୟପକ୍ଷରେ ପ୍ରକୃତିର ପରିସ୍ଥିତି ପାଇଁ ଦୋକାନ ବଜାର ବନ୍ଦ ରହିଥିଲା। ସାଧାରଣ ଜନଜୀବନ ଖୁବ୍‌ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଘଡ଼ଘଡ଼ି ଆଦି ହେବାର ଆଶଙ୍କା ରହିଛି। ଏନେଇ କେତେକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ପୂର୍ବରୁ ଜାରି ହୋଇସାରିଛି।

Leave a Reply

Your email address will not be published.