ପାଣିପାଗ ବିଭାଗ ଆକଳନ: ଆଜି ଦିନସାରା ବର୍ଷିବ

ଆଜି ଦିନସାରା ପ୍ରବଳ ବର୍ଷିବ। ଘଡ଼ଘଡ଼ି କି ବିଜୁଳି ମାରିବ ନାହିଁ କିନ୍ତୁ ପବନ ୪୦ରୁ ୫୦ କିଲୋମିଟର ବେଗରେ ହେବ। ଏହାର ପ୍ରଭାବରେ ରାଜଧାନୀର ରାସ୍ତା ବି ଜଳାଣ୍ଣବ ହେବ। ଏଣୁ ଆପଣ ଘରୁ ବାହାରିବା ବେଳେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରନ୍ତୁ, ଯେଉଁ ରାସ୍ତାଗୁଡ଼ିକରେ ପାଣି ଜମିବା ଆଶଙ୍କା ରହିଛି ସେଗୁଡ଼ିକୁ ଯଥାସମ୍ଭବ ଦୂରେଇବାକୁ ଚେଷ୍ଟା କରନ୍ତୁ। ସନ୍ଧ୍ୟାବେଳେ ଗାଡ଼ି ଚଳାଚଳ ତଥା ଯାତ୍ରାକୁ ମଧ୍ୟ ଦୂରାନ୍ତୁ।

ପୁରୀରେ ଏବେ ଭକ୍ତଙ୍କସମାଗମ ହୋଇଛି। ଏଠଶରେ ସମୁଦ୍ର ଏକ ବିଶେଷ ଆକର୍ଷଣ ହୋଇଥିବାରୁ ସମୁଦ୍ରକୂଳରେ ଗହଳି ଓ ସମୁଦ୍ରକୁ ଛୁଇଁବା ପାଇଁ ଅନେକଙ୍କ ଆଗ୍ରହ ଥାଇପାରେ। କିନ୍ତୁ ସମୁଦ୍ର ଏବେ ସୁରକ୍ଷିତ ନୁହେଁ। ଏଣୁ ପିଲାଙ୍କୁ ସମୁଦ୍ରକୂଳ ଛାଡ଼ନ୍ତୁ ନାହିଁ। ଯେଉଁମାନେ ଯାତ୍ରୀ ସେମାନେ ଜୀବନ ରକ୍ଷକ ବାହିନୀର ସହାୟତା ନିଅନ୍ତୁ। କାରଣ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ କହିଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ଏବଂ ଦକ୍ଷିଣ ଛତିଶଗଡ଼ରେ ଆଉ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ଉପରୋକ୍ତ କ୍ଷେତ୍ର ସହ ମିଶିଥିବାରୁ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ପ୍ରତାହାରି ପ୍ଭାରଭାବରେ ବର୍ଷା ହେଉଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୨୪ ଘଣ୍ଟା ଲାଗି ରାଜ୍ୟର ଅନେକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। କଳାହାଣ୍ଡି, ଗଞ୍ଜାମ, ପୁରୀ, ବରଗଡ଼, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ୪୮ ଘଣ୍ଟା ମଧ୍ୟରେ କେତେକ ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇପାରେ। ଏବେ ସାରା ଓଡ଼ିଶାରେ ବର୍ଷା ଲାଗି ରହିଛି। ଆହୁରି ବର୍ଷା ହେଲେ ଜଳବନ୍ଦୀ ପରି ସମସ୍ୟା ଉପୁଜିପାରେ। ତାହାକୁ ଦୃଷ୍ଟିରେ ରଖି ପଦ‌କ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସେହିପରି ନବରଙ୍ଗପୁର, ଗଜପତି, କୋରାପୁଟ, କନ୍ଧମାଳ, କଟକ, ଯାଜପୁର, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *