ସୁସ୍ଥ ରୋଗୀସଂଖ୍ୟା ବୃଦ୍ଧି କିନ୍ତୁ କୋଭିଡ଼୍-୧୯ ସଂକ୍ରମଣ ବନ୍ଦ ହେଉ ନାହିଁ
ଗତ ୩ ଦିନ ହେଲା ଦୈନିକ ପାଖାପାଖି ୧୦,୦୦୦ ମାମଲା ଆସୁଛି
ମନ୍ତ୍ରାଳୟ କହିଛି ଯେ ଦେଶରେ ୧,୩୩,୬୩୨ ରୋଗୀ ଚିକିତ୍ସିତ ହେଉଥିବାବେଳେ ୧,୩୫,୨୦୫ ଲୋକ ସୁସ୍ଥ ହୋଇଛନ୍ତି
ଏପର୍ଯ୍ୟନ୍ତ ୪୮.୯୯ ପ୍ରତିଶତ ରୋଗୀ ସୁସ୍ଥ ହୋଇଯାଇଛନ୍ତି
ଦେଶରେ ବୁଧବାର ସକାଳ ୯ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୯୯୮୫ ଟି ନୂଆ କରୋନା ଭୂତାଣୁ ସଂକ୍ରମିତ ରୋଗୀ ରିପୋର୍ଟ ହୋଇଥିବାବେଳେ ୨୭୯ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ ସମୁଦାୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨,୭୬,୫୮୩କୁ ବୃଦ୍ଧି ପାଇଛି ଏବଂ ଏହି ରୋଗରେ ୭୭୪୫ ଲୋକ ପ୍ରାଣ ହରାଇଛନ୍ତି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଆମେରିକା, ବ୍ରାଜିଲ, ରୁଷ ଏବଂ ବ୍ରିଟେନ ପରେ କୋଭିଡ଼୍ – ୧୯ ଦ୍ୱାରା ସଂକ୍ରମିତ ଦେଶ ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଦେଶରେ ୧,୩୩,୬୩୨ ରୋଗୀ ଚିକିତ୍ସିତ ହେଉଥିବାବେଳେ ୧,୩୫,୨୦୫ ଲୋକ ସୁସ୍ଥ ଅଛନ୍ତି ।
ମନ୍ତ୍ରାଳୟ ସୂଚନା ଅନୁଯାୟୀ, ୪୮. ୯୯ ପ୍ରତିଶତ ରୋଗୀ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ସଂକ୍ରମିତ ଲୋକଙ୍କ ସଂଖ୍ୟାରେ ବିଦେଶୀ ମଧ୍ୟ ସାମିଲ୍ ହୋଇଛନ୍ତି ।
ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ସଂଖ୍ୟା
ଆଜି ମୃତ୍ୟୁବରଣ କରିଥିବା ୨୭୯ ଜଣଙ୍କ ମଧ୍ୟରୁ ୧୨୦ ଜଣ ମହାରାଷ୍ଟ୍ରରେ, ଗୁଜୁରାଟରେ ୩୩, ଦିଲ୍ଲୀରେ ୩୧, ତାମିଲନାଡୁରେ ୨୧, ଉତ୍ତରପ୍ରଦେଶରେ ୧୮, ତେଲେଙ୍ଗାନାରେ ୧୧, ପଶ୍ଚିମବଙ୍ଗରେ ୧୦, ରାଜସ୍ଥାନରେ ୯ ଜଣ ଥିଲେ। ମଧ୍ୟପ୍ରଦେଶ ଏବଂ ହରିୟାଣା, ଜାମ୍ମୁ କାଶ୍ମୀରରେ ତିନୋଟି, ପଞ୍ଜାବ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ ଏବଂ ବିହାର, ଝାଡ଼ଖଣ୍ଡ ଏବଂ ତ୍ରିପୁରାରେ ଗୋଟିଏ ଲେଖାଏଁ ।
ଏହି ସଂକ୍ରାମକ ରୋଗ ହେତୁ ଏପର୍ଯ୍ୟନ୍ତ ୭୭୪୫ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୩୨୮୯ ଜଣଙ୍କର ମୃତ୍ୟୁ ଘଟିଛି । ଏହା ପରେ ଗୁଜୁରାଟରେ ୧୩୧୩, ଦିଲ୍ଲୀରେ ୯୦୫, ମଧ୍ୟପ୍ରଦେଶରେ ୪୨୦, ପଶ୍ଚିମବଙ୍ଗରେ ୪୧୫, ତାମିଲନାଡୁରେ ୩୦୭, ଉତ୍ତରପ୍ରଦେଶରେ ୩୦୧, ରାଜସ୍ଥାନରେ ୨୫୫ ଏବଂ ତେଲେଙ୍ଗାନାରେ ୧୪୮ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ୭୭ ଜଣ, କର୍ଣ୍ଣାଟକରେ ୬୬ ଜଣ ଏବଂ ପଞ୍ଜାବରେ ୫୫ ଜଣଙ୍କର ମୃତ୍ୟୁ ଘଟିଛି।
ଏହି ରୋଗ ହେତୁ ଜାମ୍ମୁ କାଶ୍ମୀରରେ ୪୮, ହରିୟାଣାରେ ୪୫, ବିହାରରେ ୩୨, କେରଳରେ ୧୬, ଉତ୍ତରାଖଣ୍ଡରେ ୧୩, ଓଡିଶାରେ ୯ଜଣ, ଝାଡ଼ଖଣ୍ଡରେ ୮ଜଣ ଏବଂ ଛତିଶଗଡରେ ୬ଜଣଙ୍କର ମୃତ୍ୟୁ ଘଟିଛି । ହିମାଚଳ ପ୍ରଦେଶ ଏବଂ ଚଣ୍ଡିଗଡ଼ରେ କୋଭିଡ଼୍ – ୧୯ ଯୋଗୁଁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆସାମରେ ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।
ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ମେଘାଳୟ, ତ୍ରିପୁରା ଏବଂ ଲଦାଖରେ କୋଭିଡ଼୍ -୧୯ରେ ଜଣେ ଲଷଖାଏଁ ମୃତ୍ୟୁ ମୃତ୍ୟୁବରଣ କରିଛନ୍ତି । ମନ୍ତ୍ରାଳୟର ୱେବ୍ସାଇଟରେ କୁହାଯାଇଛି ଯେ ମୃତ୍ୟୁବରଣ କରିଥିବା ୭୦% ରୁ ଅଧିକ ଲୋକ ମଧ୍ୟ ଅନ୍ୟ କେତେକ ରୋଗରେ ପୀଡ଼ିତ ଥିଲେ।