ରିସର୍ଚ ରିପୋର୍ଟ: ଡାଇବେଟିସ୍ ରୋଗୀଙ୍କ ପାଇଁ ଅତ୍ୟାବଶ୍ୟକ ଏହି ଜିନିଷ
ଅବ୍ୟବସ୍ତିତ ଜୀବନଶୈଳୀ ପାଇଁ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଡାଇବେଟିସ୍ ହେବା ପରେ ଖାଦ୍ୟପେୟକୁ ନେଇ ସବୁଠାରୁ ଅଧିକ ସମସ୍ୟା ଦେଖାଦେଇଥାଏ । ଏହି ରୋଗୀମାନେ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ, ତାହାକୁ ନେଇ ସବୁବେଳେ ଭିନ୍ନମତ ଦେଖିବାକୁ ମିଳେ । ନିଜର ଡାଏଟ ରୁଟିନରେ ଅନେକ ପରିବର୍ତ୍ତନ ଆଣିବାକୁ ପଡ଼ିଥାଏ । ତେବେ ନିକଟରେ ଜର୍ନାଲ୍ ଅଫ୍ ଡାଏରୀ ସାଇନ୍ସ ପକ୍ଷରୁ ଏ ସମ୍ପର୍କିତ ଆହୁରି କିଛି ରିସର୍ଚ୍ଚ କରାଯାଇଥିଲା । ରିପୋର୍ଟରୁ ଜଣାପଡ଼ିଛି ଯେ ଡାଇବେଟିସ୍ ରୋଗୀମାନେ ପ୍ରତିଦିନ ସେମାନଙ୍କର ବ୍ରେକଫାଷ୍ଟ୍ ତାଲିକାରେ ଏକ ଗ୍ଲାସ୍ ଖିର ସାମିଲ୍ କରିବା ନିହାତି ଜରୁରୀ । ଗବେଷକଙ୍କ ତଥ୍ୟ ଅନୁଯାୟୀ ଏକ ଗ୍ଲାସ ଖିରରେ ୮ ଗ୍ରାମ୍ ପ୍ରୋଟିନ୍ ରହିଛି, ଯାହାକି ଡାଇବେଟିସ୍ ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ । ଖିରରେ ଥିବା କାର୍ବୋହାଇଡ୍ରେଡ୍ ହଜମ ଶକ୍ତିକୁ ନିୟନ୍ତ୍ରଣ କରିଥାଏ । ଫଳରେ ରକ୍ତରେ ଗ୍ଲୁକୋଜର ମାତ୍ରା ମଧ୍ୟ ନିୟନ୍ତ୍ରିତ ହୋଇଥାଏ । ତେଣୁ ରାତି ବଦଳରେ ବ୍ରେକଫାଷ୍ଟରେ ଏକ ଗ୍ଲାସ୍ ଖିର ପିଇବା ଦ୍ୱାରା ଏହାର ଅଧିକ ଲାଭ ମିଳିଥାଏ । ଏହା ସହିତ ଖିରରେ ଥିବା ପୋଷକତତ୍ୱ ଡାଇବେଟିସ୍ ସମ୍ପର୍କିତ ଅନ୍ୟ ରୋଗ ଦୂର କରିବା ସହ ଶରୀରର ଏନର୍ଜି ଲେଭଲକୁ ନିୟନ୍ତ୍ରଣ କରିଥାଏ ।