ହେଲଥ୍ ଟିପ୍ସ: ଜାଣନ୍ତୁ ରାତିରେ କଦଳୀ ଖାଇବା ଉଚିତ୍ କି ନୁହେଁ

ଫଳ ଭିତରେ କଦଳୀକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ବିଭିନ୍ନ ପ୍ରକାର ପୋଷକ ତତ୍ୱ ସହିତ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଓ ଅନେକ ପ୍ରକାର ଭିଟାମିନରେ ଭରପୁର ଏହି କଦଳୀ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ । ହୃଦରୋଗୀଙ୍କ ପାଇଁ କଦଳୀ ଖାଇବା ବେଶ୍ ଲାଭକାରୀ । ହଜମ ସମସ୍ୟା ଦୂର କରିବା ସହିତ ଏଥିରେ ଥିବା ପୋଟାସିୟମ୍ ବ୍ଲଡପ୍ରେସର ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ସ୍ୱାସ୍ଥ୍ୟପ୍ରଦ । କଦଳୀ ଖାଇବା ଦ୍ୱାରା ଶରୀରରେ ମେଟାବୋଲିଜମ୍ ସ୍ତର ମଧ୍ୟ ବୃଦ୍ଧି ହୋଇଥାଏ । ତ୍ୱଚାଜନିତ କୌଣସି ସମସ୍ୟା ଦୂର କରିବା ସହିତ ଓ ଦୃଷ୍ଟିଶକ୍ତି ବଢ଼ାଇବାକୁ ଚାହୁଁଥିଲେ ପ୍ରତିଦିନ କଦଳୀ ଖାଇବା ଉଚିତ୍ । କଦଳୀକୁ ଗୋଟିଏ ବେଷ୍ଟ୍ ବିୟୁଟି ପ୍ରଡକ୍ଟ ଭାବେ ମଧ୍ୟ ବ୍ୟବହାର କରାଯାଏ ।

ତେବେ କଥା ହେଉଛି ଯେ ରାତିରେ କଦଳୀ ଖାଇବା ଉଚିତ୍ କିମ୍ବା ଅନୁଚିତ୍ । ରାତିରେ କଦଳୀ ଖାଇବା ଦ୍ୱାରା ଥଣ୍ଡା, କାଶ ଓ କଫ ଭଳି ଅନେକ ସମସ୍ୟା ଦେଖାଦେଇଥାଏ ବୋଲି ଅନେକ ଲୋକଙ୍କଠାରୁ ଶୁଣିବାକୁ ମିଳିଥାଏ । କିନ୍ତୁ ସ୍ୱାସ୍ଥ୍ୟବିଜ୍ଞାନୀଙ୍କ ମତରେ କଦଳୀ ଖାଇବା ପାଇଁ ସେଭଳି କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ । ଆପଣ ଯେଉଁ ସମୟରେ ମଧ୍ୟ କଦଳୀ ଖାଇପାରିବେ । କିନ୍ତୁ ଆୟୁର୍ବେଦ ଅନୁଯାୟୀ ରାତିରେ କଦଳି ଖାଇବାକୁ ବାରଣ କରାଯାଇଛି । ଏଲୋପାଥି ହେଉ କିମ୍ବା ଆୟୁର୍ବେଦ, ଅଧିକ ବିଳମ୍ବିତ ରାତିରେ କଦଳୀ ଖାଇବା ଉଚିତ୍ ନୁହେଁ । ଏହାଦ୍ୱାରା ହଜମ ପ୍ରକ୍ରିୟା ସଠିକ୍ ହୁଏନାହିଁ । ତେଣୁ ବିଭିନ୍ନ ପ୍ରକାର ରୋଗ ଦେଖାଦିଏ । ତେଣୁ ରାତିଭୋଜନ ଶୀଘ୍ର କରିସାରିବା ପରେ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ । ତେବେ ରାତି ସମୟକୁ ବାଦ୍ ଦେଇ ସକାଳ ବ୍ରେକଫାଷ୍ଟରେ କଦଳୀ ଖାଇବା ଦ୍ୱାରା ସବୁଠାରୁ ଅଧିକ ଲାଭ ମିଳିଥାଏ ।

Leave a Reply

Your email address will not be published. Required fields are marked *