ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତ କରିବ ଗୁଡ଼

ଦିଲ୍ଲୀର ଭୟାବହ ପ୍ରଦୂଷଣ ପରେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ବେଶ୍ ଚିନ୍ତିତ । କେବଳ ଦିଲ୍ଲୀ ନୁହେଁ, ପରିବେଶ ପ୍ରଦୂଷଣ ଏବେ ବିଶ୍ୱର ସବୁଠାରୁ ବଡ଼ ସମସ୍ୟା । ଏଥିରୁ ମୁକ୍ତିପାଇବା ପାଇଁ ଜୀବନଶୈଳୀରେ ଅନେକ କିଛି ପରିବର୍ତ୍ତନ କରିବାକୁ ପଡ଼ିବ । ନିରୋଗ ରହିବା ପାଇଁ ଯୋଗ, ପ୍ରାଣାୟମ, ଡାଏଟ୍ ରୁଟିନରେ ପରିବର୍ତ୍ତନ, ଜିମରେ ହାର୍ଡ଼ ୱାର୍କଆଉଟ୍, ଆର‌୍ୟୁବେଦ ଔଷଧର ସେବନ, ମୁହଁରେ ମାକ୍ସ ଆଦି ଅନେକ ନିୟମ ମାନିବାକୁ ଡାକ୍ତର ଓ ସ୍ୱାସ୍ଥ୍ୟବିଜ୍ଞାନୀମାନେ ପରାମର୍ଶ ଦେଇଥାନ୍ତି । ଏସବୁ ସହିତ ନିତିଦିନିଆ ଖାଦ୍ୟରେ ଗୋଟିଏ ଛୋଟ ପରିବର୍ତ୍ତନ କଲେ ଆମେ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟାରୁ ୬୦% ରକ୍ଷା ପାଇପାରିବା । ସଦ୍ୟ କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ଜଣାପଡ଼ିଛି ।

ଯଦି ପ୍ରତିଦିନ ଆମେ ଚିନି ବଦଳରେ ଗୁଡ଼ ବ୍ୟବହାର କରନ୍ତି, ତେବେ ଆମର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଫଳରେ ପ୍ରଦୂଷଣ ଜନିତ ବ୍ୟାକ୍ଟେରିଆର ପ୍ରଭାବ ରହେ ନାହିଁ । ଗୁଡ଼ରେ ଥିବା ଜିଙ୍କ୍ ଓ ସେଲେନିୟମ୍ ଭଳି ଆଣ୍ଟି ଅକ୍ସିଡେଣ୍ଟ୍ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ଖୁବ୍ ସହାୟକ । ଡାଇବେଟିସ୍ ରୋଗୀ ମଧ୍ୟ ଗୁଡ଼ ଖାଇପାରିବେ । ପ୍ରତିଦିନ କୌଣସି ମିଠା ଜିନିଷ କିମ୍ବା ଚା’ରେ ଚିନି ବଦଳରେ ଗୁଡ଼ର ବ୍ୟବହାର କରିବା ଅଭ୍ୟାସ କରନ୍ତୁ । ଯଦି ଆପଣଙ୍କୁ ଏସବୁ ପସନ୍ଦ ନୁହେଁ, ତେବେ ସକାଳୁ କିମ୍ବା ରାତି ଶୋଇବା ର୍ପୂବରୁ ଗୋଟିଏ ଛୋଟ ଗ୍ଲାସରେ ଗୁଡ଼ପାଣି କରି ପିଅନ୍ତୁ । ସପ୍ତାହରେ ୨-୩ଥର ଏଭଳି କରିବା ଦ୍ୱାରା ପ୍ରଦୂଷଣ ଜନିତ ସମସ୍ୟା ସହିତ ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *