ଆଣ୍ଠୁ ଦରଜରୁ ମୁକ୍ତି ଦେବ ଏହି ଜୁସ୍
ଶୀତଦିନରେ ଆଣଣ୍ଠୁଗଣ୍ଠି ଦରଜ ଏକ ମୁଖ୍ୟ ସମସ୍ୟା । ଏହା ବ୍ୟତୀତ ବୟସାଧିକ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଅଧିକ ଭାବେ ଏହି ସମସ୍ୟା ଦେଖାଯାଏ । ଏଥିପାଇଁ ଅନେକ ସମୟରେ କଡ଼ା ମେଡିସିନ୍ ମଧ୍ୟ ନେବାକୁ ପଡ଼ିଥାଏ । ଅନେକ ବ୍ୟକ୍ତି ଏହି ସମସ୍ୟାର ସମାଧାନ ପାଇଁ ଆର୍ୟୁବେଦର ସାହାରା ନେଇଥାନ୍ତି । ଏସବୁ ସହିତ ନିଜର ଡାଏଟ୍ ରୁଟିନରେ ମଧ୍ୟ ଅନେକ ପରିବର୍ତ୍ତନ କରିବାକୁ ପଡ଼ିଥାଏ । କିନ୍ତୁ ଏବେ ଏକ ସହଜ ଓ ସରଳ ଉପାୟ ଦ୍ୱାରା ଏହି ସମସ୍ୟାର ସମାଧାନ ସମ୍ଭବ ହୋଇପାରିଛି ।
ଅନେକ ରିସର୍ଚ କରିବା ପରେ ସ୍ୱାସ୍ଥ୍ୟବିଜ୍ଞାନୀମାନେ କହିଛନ୍ତି ଯେ ଆଣଣ୍ଠୁ ଦରଜ ପାଇଁ ଆପୁଲ୍ ଭିନିଗାର୍ ଏକ ଭଲ ବିକଳ୍ପ । ଆପୁଲ୍ ଭିନେଗାର୍ ଦ୍ୱାରା ଆର୍ଥରାଇଟିସ୍ ଭଳି କ୍ରନିକ୍ ଡିଜିଜର ଉପଚାର ମଧ୍ୟ ସମ୍ଭବ । ଏହା ଜଏଣ୍ଟ୍ ମଧ୍ୟରେ ଥିବା ତୈଳାକ୍ତ ଅଂଶକୁ ରିଷ୍ଟୋର୍ କରିଥାଏ । ଫଳରେ ଜଏଣ୍ଟ୍ ଲୁବ୍ରିକେସନ୍ ସଠିକ୍ ହେବା ଫଳରେ ଗଣ୍ଠି ଦରଜ ହୁଏନାହିଁ । ଗୋଟିଏ ଛୋଟ କପ୍ ଆପୁଲ୍ ଭିନିଗାରକୁ ଗୋଟିଏ ବଡ଼ ଗ୍ଲାସ୍ ପାଣିରେ ମିଶାଇ ପିଇବା ଦ୍ୱାରା ଆଣଣ୍ଠୁଗଣ୍ଠି ଦରଜରୁ ମୁକ୍ତି ମିଳିଥାଏ । ଆପୁଲ୍ ସିରକା ନେଇ ମସାଜ୍ କରିବା ଦ୍ୱାରା ଗଣ୍ଠି ଦରଜ କମ୍ ସମୟ ମଧ୍ୟରେ ଭଲ ହୋଇଥାଏ ।