ଖାଦ୍ୟରେ ସାମିଲ୍ କରନ୍ତୁ ଏହି ୫ଟି ଜିରୋ କ୍ୟାଲୋରିଯୁକ୍ତ ଖାଦ୍ୟ, ଦୂର ହେବ ସ୍ୱାସ୍ଥ୍ୟ ସମସ୍ୟା

ପ୍ରତିଦିନ ଡାଏଟରେ ଆମେ ଏଭଳି କିଛି ଖାଦ୍ୟ ସାମିଲ୍ କରିଥାଉ, ଯାହାକି ଆମ ଅଜାଣତରେ ଶରୀରରେ କ୍ୟାଲୋରି ବୃଦ୍ଧି ହୋଇଥାଏ । ଅଧିକ ଦିନ ପର୍ଯ୍ୟନ୍ତ ଏହି କ୍ୟାଲୋରି ବର୍ଣ୍ଣ୍ ନହୋଇ ରହିଲେ ଶରୀରରେ ଚର୍ବି ସୃଷ୍ଟି ହୁଏ । ଫଳରେ ମୋଟାପା, ହଜମ ସମସ୍ୟା ଓ କୋଲେଷ୍ଟ୍ରଲ୍ ମସସ୍ୟା ଦେଖାଦିଏ । ଏଥିରୁ ମୁକ୍ତି ପାଇବାକୁ ହେଲେ ପ୍ରତିଦିନ ଡାଏଟରେ ୫ଟି ଜିରୋ କ୍ୟାଲୋରିଯୁକ୍ତ ଖାଦ୍ୟକୁ ସାମିଲ୍ କରନ୍ତୁ । ଜିରୋ କ୍ୟାଲୋରିର ଅର୍ଥ ହେଉଛି, ଏହା ଶରୀରରେ ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରି ସୃଷ୍ଟି କରିନଥାଏ । କିନ୍ତୁ ଏସବୁ ଖାଦ୍ୟ ଦ୍ୱାରା ଏନର୍ଜି ଲେଭଲ୍ ବୃଦ୍ଧି ହେବା ସହ ଚର୍ବି ଜମିବାକୁ ଦିଏନାହିଁ ।

ତେବେ ଆସନ୍ତୁ ଜାଣିବା –
୧- ଆଣ୍ଟି ଅକ୍ସିଠେଣ୍ଟରେ ଭରପୁର ସେଉ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ୧୫୦ ଗ୍ରାମ୍ ସେଉରେ ପ୍ରାୟ ୭୮ କ୍ୟାଲୋରି ରହିଥାଏ । ଏହା ହଜମ ହେବା ପାଇଁ ମଧ୍ୟ ପ୍ରାୟ ୭୮ କ୍ୟାଲୋରି ବର୍ଣ୍ଣ ହୁଏ । ଫଳରେ ଏହା କ୍ୟାଲୋରି ଜମା କରେନାହିଁ ।
୨- ଜିରୋ କ୍ୟାଲୋରି ଫୁଡ୍ ତାଲିକାରେ ଗାଜରକୁ ମଧ୍ୟ ସାମିଲ୍ କରାଯାଇଛି । ବିଟା କ୍ୟାରୋଟିନ୍ ଓ ଆଲଫା କ୍ୟାରୋଟିନ୍, ଆଣ୍ଟି ଅକ୍ସିଡେଣ୍ଟ୍, ଲ୍ୟୁଟିନ୍, ଲାଇକୋପିନ୍ ପଲିଏସିଟଲିନ୍ସରେ ଭରପୁର ଗାଜର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ୧୦୦ ଗ୍ରାମ୍ ଗାଜରରେ ୪୧ କ୍ୟାଲୋରି ରହିଛି ଏବଂ ଏହା ହଜମ ହେବା ପାଇଁ ଏହାଠାରୁ ଅଧିକ କ୍ୟାଲୋରି ଖର୍ଚ୍ଚ ହୋଇଥାଏ । ଫଳରେ ମୋଟାପା ସମସ୍ୟା ଦୂର ହୁଏ । ଏହାକୁ ନେଗେଟିଭ୍ କ୍ୟାଲୋରି ଫୁଡ୍ ମଧ୍ୟ କୁହାଯାଏ ।
୩- ୩୦୦ ଗ୍ରାମ୍ କାକୁଡ଼ିରେ ୪୫ କ୍ୟାଲୋରି ରହିଛି । ଗାଜର ଭଳି ଏହା ହଜମ ହେବା ପାଇଁ ଅଧିକ କ୍ୟାଲୋରି ନଷ୍ଠ ହୋଇଥାଏ । ଏହାକୁ ମଧ୍ୟ ଜିରୋ ସହିତ ନେଗେଟିଭ୍ କ୍ୟାଲୋରି ଶ୍ରେଣୀରେ ରଖାଯାଇଛି ।
୪- ଶରୀରରେ ରକ୍ତର ଅଭାବ ଦୂର କରିବା ସହିତ ରକ୍ତ ସଫା କରିବା ପାଇଁ ବିଟ୍ ବିଶେଷ ଭୂମିକା ଗ୍ରହଣ କରିଥାଏ । ୧୦୦ ଗ୍ରାମ୍ ବିଟରେ ୪୪ କ୍ୟାଲୋରି ରହିଛି, ଯାହାକି ଏହାକୁ ହଜମ କରିଥାଏ ।
୫- ଓଜନ ଦୂର କରିବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଟମାଟ ହେଉଛି ସବୁଠାରୁ ଭଲ ବିକଳ୍ପ । ୧୦୦ ଗ୍ରାମ୍ କଂଚା ଟମାଟରେ ମାତ୍ର ୧୮ କ୍ୟାଲୋରି ରହିଛି । ଟମାଟରେ ମୁଖ୍ୟତଃ ପାଣି ଅଂଶ ଅଧିକ ଥିବାରୁ ଏହା ମୋଟାପାକୁ ଶୀଘ୍ର ଦୂର କରିଥାଏ ।

Leave a Reply

Your email address will not be published. Required fields are marked *