ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ ଏହି ଡାଲି, ଜାଣନ୍ତୁ ଏହାର ଆଉ କିଛି ସ୍ୱାସ୍ଥ୍ୟକର ଗୁଣ
ଡାଇବେଟିସ୍ ରୋଗୀଙ୍କୁ ମେଡିସିନ୍ ସହିତ ବିଶେଷ ଭାବେ ନିଜର ଡାଏଟ୍ କଣ୍ଟ୍ରୋଲ୍ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଦିନକୁ କେତେଥର ଖାଇବେ, କ’ଣ କ’ଣ ଖାଇବେ, କେତେ ପରିମାଣରେ ଖାଇବେ, ଏହାର ଏକ ତାଲିକା ପ୍ରସ୍ତୁତ କରାଯାଇଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ସଠିକ୍ ଡାଏଟ୍ ନ ମିଳିବା କାରଣରୁ ଶରୀରରେ ଅନ୍ୟାନ୍ୟ ରୋଗ ସୃଷ୍ଟି ହୋଇଥାଏ । ତେବେ ଏହି ସମସ୍ୟାର ସମାଧାନ ପାଇଁ ଏଭଳି ଗୋଟିଏ ଜିନିଷ ରହିଛି, ଯାହାକୁ ପ୍ରତିଦିନ ଖାଦ୍ୟରେ ସାମିଲ୍ କରାଗଲେ ଡାଇବେଟସ୍ ସହିତ ଅନ୍ୟସବୁ ରୋଗ ଦୂର କରିବାରେ ବେଶ୍ ସହାୟକ ହୋଇଥାଏ । ସେହି ଜିନିଷଟି ହେଉଛି ଚଣା ଡାଲି । ଏଥିରେ ଫାଇବର୍ ଅଧିକ ମାତ୍ରାରେ ଥିବା ଯୋଗୁଁ କୋଲେଷ୍ଟ୍ରଲର ପରିମାଣ କମ୍ ରହେ । ଏହା ବ୍ୟତୀତ ରକ୍ତରେ ଥିବା ଗ୍ଲୁକୋଜକୁ ଏହା ଅବଶୋଷିତ କରିବାରେ ବେଶ୍ ସହାୟକ । ଫଳରେ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଖୁବ୍ ଉପଯୋଗୀ ।
ଏହାକୁ ପ୍ରତ୍ୟେକ ଦିନ ଖାଦ୍ୟରେ ସାମିଲ୍ କରିହେବ । କେବଳ ଡାଇବେଟିସ୍ ନୁହେଁ, ଚଣାଡାଲିରେ କ୍ୟାଲୋରି, ପ୍ରୋଟିନ୍, ଫୋଲେଟ୍, ଆଇରନ୍, ଫସଫରସ୍ ଓ ସୋଡିୟମ୍ ଓ କାର୍ବୋହାଇଡ୍ରେଡ୍ ଓ ବିଭିନ୍ନ ପ୍ରକାର ଭିଟାମିନ୍ ଥିବାରୁ ଏହା ବିଭିନ୍ନ ରୋଗ ଦୂର କରିବା ପାଇଁ ସହାୟକ । ଏହି ଚଣାଡାଲି ଖାଇବା ଦ୍ୱାରା ରକ୍ତରେ ହିମୋଗ୍ଲୋବିନର ପରିମାଣ ବୃଦ୍ଧି ହୁଏ । ଫଳରେ ରକ୍ତହୀନତା ଦୂର ହୋଇଥାଏ । ହଜମ ସମସ୍ୟା ଦୂର କରିବା ସହିତ ଏନର୍ଜି ଲେଭଲ୍ ବଢ଼ାଇଥାଏ । ଓଜନ କମ୍ କରିବାକୁ ଚାହୁଁଥିଲେ ପ୍ରତିଦିନ ଡାଲି ଖାଆନ୍ତୁ । ଚଣା ଡାଲି ଖାଇବା ଦ୍ୱାରା ସ୍କିନ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ ।