ଖରାଦିନେ ଜ୍ୱର କଷ୍ଟରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସବୁ ହେଲଥ ଡ୍ରିଙ୍କ୍
ଖରାଦିନେ ପେଟ ଗରମ ଯୋଗୁଁ ଅଧିକ ଥଣ୍ଡା ଓ ଜ୍ୱର ହୋଇଥାଏ । ଜ୍ୱର କମିବା ପାଇଁ ମେଡିସିନ୍ ଖାଇବା ଦ୍ୱାରା ପେଟ ଆହୁରି ଗରମ ହୁଏ ଏବଂ ଏ ସମ୍ପର୍କିତ ଆହୁରି କିଛି ଛୋଟମୋଟ ରୋଗ ହୋଇଥାଏ । ତେବେ ଖରାଦିନେ ଜ୍ୱର ହେଲେ ମେଡିସିନ୍ ନେବା ସହିତ ଆପଣଙ୍କୁ କିଛି ହେଲ୍ଥ ଡ୍ରିଙ୍କସ୍ ପ୍ରତି ନଜର ଦେବା ଆବଶ୍ୟକ । ସେହିସବୁ ହେଲଥ୍ ଡ୍ରିଙ୍କ୍ ପେଟ ଥଣ୍ଡା ରଖିବା ସହିତ ଶରୀରର ଏନର୍ଜି ଓ ପ୍ରତିରୋଧକ ଶକ୍ତି ବଢାଇଥାଏ । ଆସନ୍ତୁ ଜାଣିନେବା ସେହିସବୁ ହେଲ୍ଥ୍ ଡ୍ରିଙ୍କ୍ ସମ୍ପର୍କରେ –
୧- ଲେମ୍ବୁ ସହିତ ବ୍ଲାକ୍ ଟି
ବ୍ଲାକ୍ ଟିରେ ଟେଟିନ୍ ଏବଂ ଲେମ୍ବୁରେ ଭିଟାମିନ୍ ସି ରହିଛି ଯାହାକି ଜ୍ୱର କମ୍ କରିବାରେ ସହାୟକ । ଥଣ୍ଡାଜ୍ୱର ପାଇଁ କାଶ ହେଉଥିଲେ ଟେଟିନ୍ ନାମକ ତତ୍ୱ ଗଳାର ଟିସ୍ୟୁଗୁଡ଼ିକୁ ପ୍ରଭାବିତ କରି କାଶ କମାଇଥାଏ । ଶରୀରରେ ଜ୍ୱରର ବ୍ୟାକ୍ଟେରିଆ ଦୂର କରିବାରେ ଲେମ୍ବୁରସ ଖୁବ୍ ଲାଭକାରୀ ।
୨- ଗ୍ରେପଫ୍ରୁଟ୍ ଜୁସ୍
ଗ୍ରେପଫ୍ରୁଟ୍ ଜୁସରେ ଥିବା ଭିଟାମିନ୍ ସି ମୁଣ୍ଡବିନ୍ଧା, ଶରୀର ଦରଜ ଓ ଜ୍ୱର ଦୂର କରିବା ସହିତ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।
୩- ଗ୍ରୀନ୍ ଟି
ଗ୍ରୀନ୍ ଟିରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍, ଭିଟାମିନ୍ ଓ ମିନେରାଲ୍ସ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ ଜ୍ୱରରେ ଶରୀରର ଦୁର୍ବଳତାକୁ ଦୂର କରିବାରେ ସାହାଯ୍ୟ କରେ ।