ହେଲଥ୍ ଟିପ୍ସ: ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ଡାଏଟରେ ସାମିଲ୍ କରନ୍ତୁ ଏହି ୫ଟି ଜିନିଷ
ଆଜିକାଲି ଡିଜିଟାଲ୍ ଜିନିଷର ଅଧିକ ବ୍ୟବହାର ଏବଂ ସଠିକ୍ ଡାଏଟ୍ ନନେବା କାରଣରୁ ଦୃଷ୍ଟିଶକ୍ତି କମିବା, ଆଖି କୁଣ୍ଡେଇ ହେବା, ଆଖିରୁ ପାଣି ବାହାରିବା ଓ ଜ୍ୱଳନ ଆଦି ସମସ୍ୟା ଦେଖାଦିଏ । ଏଭଳି ଅନେକ ଦିନ ଲାଗିରହିବା ଦ୍ୱାରା ଦୃଷ୍ଟି ଶକ୍ତି ହରାଇବା ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ତେବେ ଏହି ସମସ୍ୟାର ସମାଧାନ ପାଇଁ ଡିଜିଟାଲ୍ ଫ୍ଲାଟଫର୍ମ ଠାରୁ ଦୂରେଇ ରହିବା ସହିତ ଡାଏଟରେ ୫ଟି ଜିନିଷକୁ ନିଶ୍ଚିତ ଭାବେ ସାମିଲ୍ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ୫ଟି ଜିନିଷ ସମ୍ପର୍କରେ –
୧- ଗାଜରରେ ଭିଟାମିନ୍ ଏ, ବିଟା କ୍ୟାରୋଟିନ୍ ଓ ରୋଡୋସ୍ପିନ୍ ଥିବାରୁ ତାହା ଆଖିର ରେଟିନା ପାଇଁ ବେଶ୍ ଲାଭପ୍ରଦ । ରୋଷେଇ ବଦଳରେ କଂଚା ଗାଜରକୁ ସାଲାଡ୍ କରି ଖାଆନ୍ତୁ ।
୨- ଭିଟାମିନ୍ ସି, ଇ, ଲ୍ୟୁଟିନ୍, ଜେଙ୍କସେଥେିନ୍ ଓ ଜିଙ୍କରେ ଭରପୁର ଥିବା ଅଣ୍ଡା ବାର୍ଦ୍ଧକ୍ୟଜନିତ ଦୃଷ୍ଟି ଶକ୍ତି ଅପଚୟକୁ ରୋକିଥାଏ । ଯେଉଁ ପିଲାମାନେ କମ୍ ବୟସରୁ ଚଷମା ବ୍ୟବହାର କରୁଛନ୍ତି ସେମାନଙ୍କୁ ସପ୍ତାହରେ ୩ଥର ନିଶ୍ଚିତଭାବେ ଅଣ୍ଡା ଦିଅନ୍ତୁ ।
୩- ଲାଲ୍ ରଙ୍ଗର ସିମଲା ଲଙ୍କାକୁ ସାଲାଡରେ ବ୍ୟବହାର କରନ୍ତୁ । ଏହା ଦ୍ୱାରା ମଧ୍ୟ ଦୃଷ୍ଟି ଶକ୍ତି ସମସ୍ୟା ଦୂର ହୋଇଥାଏ । ସ୍ୱାସ୍ତ୍ୟବିଜ୍ଞାନୀମାନେ ଏକ ପରୀକ୍ଷାରୁ ଜାଣିଛନ୍ତି ଯେ ଲାଲ୍ ସିମଲା ଲଙ୍କା ମୋତିଆବିନ୍ଦୁ ଭଳି ସମସ୍ୟାକୁ ମଧ୍ୟ ଅନେକାଂଶରେ କମ୍ କରିଥାଏ ।
୪- ଶାଗ ସହିତ ଅନ୍ୟାନ୍ୟ ଗ୍ରୀନ୍ ଫଳ ଓ ପରିବା ଆଖି ପାଇଁ ମହୌଷଧି ଭଳି ।
୫- ପ୍ରତିଦିନ ୨ଗ୍ଲାସ୍ ଖିର ପିଇବା ଦ୍ୱାରା ଆଖିଜନିତ କୌଣସି ସମସ୍ୟା ସୃଷ୍ଟି ହୁଏନାହିଁ ।