ଫ୍ୟାଟରୁ ଫିଟ୍ କରାଇବ ଏହି ୫ଟି ଡ୍ରାଏଫୁଡସ୍
ଡ୍ରାଏ ଫୁଡସ୍ ଖାଇବା ଦ୍ୱାରା ଶରୀରରେ ଅଧିକ ଚର୍ବି ସୃଷ୍ଟି ହୋଇଥାଏ ବୋଲି ଧାରଣ ରହିଆସିଛି । କିନ୍ତୁ ତାହା ଠିକ୍ ନୁହେଁ । ଆଜିକାଲି ଫ୍ୟାଟରୁ ଫିଟ୍ ରହିବା ପାଇଁ ଡ୍ରାଏ ଫୁଡସକୁ ଡାଏଟରେ ସାମିଲ୍ କରିବା ପାଇଁ ଫିଟନେସ୍ ଗୁରୁମାନେ ପରାମର୍ଶ ଦେଉଛନ୍ତି । ସ୍ୱାସ୍ଥ୍ୟକ୍ଷେତ୍ରରେ ଡ୍ରାଏଫୁଡସଗୁଡ଼ିକୁ ସୁପରଫୁଡ୍ ବୋଲି କୁହାଯାଉଛି, ଯାହାକି ଶରୀରରେ ଏନର୍ଜି ଲେଭଲ୍ ବୃଦ୍ଧି କରିବା ସହିତ ରୋଗପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ । ଫଳରେ ଶରୀର ସୁସ୍ଥ ରହେ । ତେବେ ମୋଟାପା କମାଇବାକୁ ଚାହୁଁଥିବା ବ୍ୟକ୍ତି ପ୍ରତିଦିନ ୱାର୍କଆଉଟ୍ ସହ ୫ପ୍ରକାର ଡ୍ରାଏଫୁଡସକୁ ସ୍ନାକସ୍ କିମ୍ବା ବ୍ରେକଫାଷ୍ଟରେ ସାମିଲ୍ କରିବା ଉଚିତ୍ । ଏହା ଦ୍ୱାରା ଖୁବ୍ ଶୀଘ୍ର ମୋଟାପା ହ୍ରାସ ପାଏ । ତେବେ ଆସନ୍ତୁ ଜାଣିବା ସେହି ୫ଟି ଡ୍ରାଏଫୁଡସ୍ ସମ୍ପର୍କରେ –
୧- ଅଖରୋଟ୍ ଖାଇବା ଦ୍ୱାରା ମସ୍ତିଷ୍କ ସହିତ ଶରୀରର କାର୍ଯ୍ୟଦକ୍ଷତା ବୃଦ୍ଧି ହୋଇଥାଏ । ଚର୍ବି କମାଇବା ସହିତ ଏହା ଦୁର୍ବଳତା ଦୂର କରିଥାଏ ।
୨- ଆପଣଙ୍କ ଶରୀର ସ୍ଲିମ୍ ରହିଥିଲେ ମଧ୍ୟ ବାଦାମକୁ ନିଶ୍ଚିତ ଭାବେ ଡାଏଟରେ ସାମିଲ୍ କରନ୍ତୁ । ଏହା ଅନେକ ପ୍ରକାର ସ୍ୱାସ୍ଥ୍ୟସମସ୍ୟା ଦୂର କରିଥାଏ । ତ୍ୱଚାରୁ ଆରମ୍ଭ କରି ହଜମ, କୋଲେଷ୍ଟ୍ରଲ୍, ଡାଇବେଟିଜ୍, ଦୁର୍ବଳ ଲାଗିବା ଓ ହାଡ଼ ସମସ୍ୟା ଦୂର କରିବା ପାଇଁ ପ୍ରତିଦିନ ମୁଠାଏ ବାଦାମ୍ ଖାଆନ୍ତୁ । ଭଜା ବାଦାମ୍ ଅପେକ୍ଷା କଂଚା କିମ୍ବା ସିଝା ବାଦାମ୍ ଖାଇବା ଆହୁରି ଭଲ ।
୩- କିସମିସରେ ଏଭଳି ଏକ ତତ୍ୱ ରହିଛି, ଯାହାକି ଶରୀରରେ ରକ୍ତର ଅଭାବ ଦୂର କରିବା ସହ ଚର୍ବି ହ୍ରାସ କରିଥାଏ ।
୪- ପିସ୍ତା ବାଦାମରେ ଥିବା ପୋଷକତତ୍ୱ ଭିଟାମିନ୍ ଅଭାବ ଦୂର କରିଥାଏ । ଏହା ବ୍ଲଡସୁଗାର ସ୍ତରକୁ ନିୟନ୍ତ୍ରଣ କରେ । ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ୍ ଅଧିକ କ୍ୟାଲୋରି ବର୍ଣ୍ଣ କରି ମୋଟାପା ସମସ୍ୟାର ସମାଧାନ କରିଥାଏ ।
୫- ଖଜୁରୀରେ ଅଧିକ କ୍ୟାଲୋରି ରହିଥିଲେ ମଧ୍ୟ ଫାଇବର୍ ରହିଥାଏ । ଅଧିକ ଫାଇବର୍ ଯୋଗୁଁ ଖାଦ୍ୟ ଶିଘ୍ର ହଜମ ହୋଇଥାଏ । ଫଳରେ ଚର୍ବି ଜମା ହୋଇପାରେ ନାହିଁ । ତେଣୁ ଏହାକୁ ସ୍ନାକସ୍ ଭାବେ ଖାଇବା ଦ୍ୱାରା ଶରୀରକୁ ଲାଭ ମିଳିଥାଏ ।