ଜାଣନ୍ତୁ କଳାଜିରାର ଔଷଧୀୟ ଗୁଣ
ସ୍ୱାଦ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କଳାଜିରାର ଏକ ଭିନ୍ନ ସ୍ଥାନ ରହିଛି । ଏହା ନମକିନ୍ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣ କରିଥାଏ । ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ କଳାଜିରାର ଅନେକ ଉପଚାର ଆର୍ୟୁବେଦରେ ଲେଖାଅଛି । ତେବେ ଆସନ୍ତୁ ଜାଣିବା କଳାଜିରା ଦ୍ୱାରା କେଉଁସବୁ ସ୍ୱାସ୍ଥ୍ୟସମସ୍ୟାର ସମାଧାନ ହୋଇପାରିବ ।
୧- ଶର୍ଦ୍ଦି, କାଶ, କଫ ଓ ଆଲର୍ଜି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ପ୍ରତିଦିନ କଳାଜିରା ପାଉଡର୍ ଖାଇବା ଉଚିତ୍ ।
୨- କଳାଜିରାରେ ଆଣ୍ଟି ମାଇକ୍ରୋବିଏଲ୍ ତତ୍ୱ ରହିଥିବାରୁ ଏହା ହଜମ ସମସ୍ୟା ଦୂର କରିବା ସହ ଶରୀରର ଏନର୍ଜି ସ୍ତରକୁ ବଢ଼ାଇଥାଏ । ଫଳରେ ଥକ୍କା ଲାଗିବା ଓ ଅଳ୍ପ କାମରେ ହାଳିଆ ଲାଗିବା ଭଳି ସମସ୍ୟା ଦୂର ହୁଏ ।
୩- ଛୋଟ ପିଲାମାନଙ୍କ କ୍ଷେତ୍ରରେ କୃମି ସମସ୍ୟା ଓ ପେଟମାରିବା ସମସ୍ୟା ମଧ୍ୟ କଳାଜିରା ସେବନ ଦ୍ୱାରା ଭଲ ହୋଇଥାଏ ।
୪- ମୁଣ୍ଡବିନ୍ଧା ଓ ଦାନ୍ତ ବିନ୍ଧା ହେଉଥିଲେ କିଛି କଳାଜିରା ତେଲକୁ ନେଇ ଦାନ୍ତ ମୂଳରେ ଓ ମୁଣ୍ଡରେ ଲଗାନ୍ତୁ । କିଛି ସମୟ ମଧ୍ୟରେ ହିଁ ଆରାମ ଲାଗିବ ।
୫- ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ କଳାଜିରା ପାଉଡର୍ ଖାଆନ୍ତୁ । ଏହା ଦ୍ୱାରା ଚର୍ବି ହ୍ରାସ ହୋଇଥାଏ ।
୬- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ କଳାଜିରା ବିଶେଷ ସହାୟକ ।