ଦାନ୍ତବିନ୍ଧା ସହିତ ରହିଛି ହାର୍ଟ ଆଟାକର ସର୍ମ୍ପକ, ଜାଣନ୍ତୁ ଏଭଳି ଆଉ କିଛି ଆଶ୍ଚର୍ଯ୍ୟଜନକ କାରଣ
ଓରାଲ୍ ଇନଫେକସନ୍ ଦ୍ୱାରା ହାର୍ଟ ଆଟାକ୍ ହେବାର ଆଶଙ୍କା ଅଧିକ ଥାଏ । ଏଭଳି ଏକ ତଥ୍ୟ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସ୍ୱାସ୍ଥ୍ୟବିଜ୍ଞାନୀମାନଙ୍କ ଏକ ପରୀକ୍ଷାରୁ ଏହା ଜାଣିବାକୁ ମିଳିଛି । ଗବେଷଣାରୁ ଜଣାପଡ଼ିଥିଲା ଯେ – ଦାନ୍ତ ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ବ୍ୟାକ୍ଟେରିଆ ରକ୍ତ ଧମନିଗୁଡ଼ିକରେ ବ୍ଲକ୍ ସୃଷ୍ଟି କରିଥାଏ । ଫଳରେ ଧମନୀଗୁଡ଼ିକ ସଙ୍କୁଚିତ ହୋଇଯାଇଥାଏ । ଫଳରେ ରକ୍ତ ପ୍ରବାହ ସଠିକ୍ ନହେବା କାରଣରୁ ହାର୍ଟ ଆଟାକ୍ ହେବାର ଆଶଙ୍କା ଦେଖାଦିଏ । କେବଳ ଏହି ଗୋଟିଏ ନୁହେଁ, ହାର୍ଟ ଆଟାକ୍ ହେବାର ଏଭଳି ଅନେକ ଆଶ୍ଚର୍ଯ୍ୟଜନକ କାରଣ ରହିଛି, ଯାହା ଶୁଣିଲେ ବିଶ୍ୱାସ ହେବନାହିଁ । କିନ୍ତୁ ସ୍ୱାସ୍ଥ୍ୟବିଜ୍ଞାନୀମାନେ ସେସବୁ ପରୀକ୍ଷାନିରୀକ୍ଷା କରିବା ପରେ ବିଶ୍ୱାସ କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା –
୧- ବେକ ଓ ପିଠିରେ ସବୁବେଳେ ଯନ୍ତ୍ରଣା ହେବା କିମ୍ବା ଦରଜ ରହିବାକୁ ଡାକ୍ତରୀଭାଷାରେ ସର୍ବାଇକଲ୍ ସ୍ପଣ୍ଡିଲାଇର୍ଟସ୍ କୁହାଯାଏ । କିନ୍ତୁ ଏହା ହାର୍ଟ ଆଟାକର ପୂର୍ବ ସୂଚନା ଦେଇଥାଏ । ଏଭଳି ଶାରିରୀର ଅସୁସ୍ଥତାକୁ ‘ରେଡିଏଟିଙ୍ଗ୍’ କୁହାଯାଏ । ହଠାତ୍ ବେକରେ ଓ ପିଠିରେ ଅଧିକ ଯନ୍ତ୍ରଣା ଅନୁଭବ ହୁଏ ଏବଂ ଏହା ଅନେକ ପ୍ରକାର ସ୍ନାୟୁତନ୍ତ୍ରକୁ ପ୍ରଭାବିତ କରିବା ଦ୍ୱାରା ହାର୍ଟଆଟାକ୍ ହୋବର ସମ୍ଭାବନା ରହିଛି ।
୨- ଶରୀରରେ ଚର୍ବି ଜମି ଯାଇଥିଲେ ଭୋକ ନଲାଗିବା, ପେଟ ଭାରି ଲାଗିବା ଓ ହାତ-ପାଦ କୋଲ ମାରିଯିବା ଭଳି ସମସ୍ୟା ଦେଖାଯାଏ । ଏଭଳି ସମସ୍ୟା ହେଲଥି ଡାଏଟକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିଥାଏ, ଫଳରେ ଶରୀରରେ ରକ୍ତହିନତା ସହିତ ସ୍ନାୟୁ ଦୁର୍ବଳତା ଦେଖାଯାଏ । ଫଳରେ ଫୁସଫୁସକୁ ରକ୍ତ ପହଞ୍ଚାଉଥବବା ଧମନୀ ସଠିକ୍ କାମ କରିପାରେ ନାହିଁ । ଫଳରେ ହୃଦରୋଗ ସୃଷ୍ଟି ହୋଇଥାଏ ।
୩- ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ହାଲକା କାମରେ ହାଲିଆ ଲାଗିବା, ଅଧିକ ମାତ୍ରାରେ ଡିହାଇଡ୍ରେସନ୍ ସମସ୍ୟା, ଅଧିକ ଝାଳ ବୋହିବା, ହଜମ ନହେବା ସମସ୍ୟା ଲାଗିରହିବା ଆଦି ଅନ୍ୟ କିଛି ସ୍ୱାସ୍ଥ୍ୟସମସ୍ୟା ମଧ୍ୟ ହାର୍ଟ ଆଟାକର ପୂର୍ବ ସୂଚନା ଦେଇଥାଏ ।