ହେଲଥ୍ ଟିପ୍ସ: ପ୍ରେଗନେନ୍ସି ସମୟରେ ବାନ୍ତି ସମସ୍ୟାର ଘରୋଇ ଉପଚାର
ପ୍ରେଗନେନ୍ସି ସମୟରେ କେତେଜଣ ମହିଳାଙ୍କ କ୍ଷେତ୍ରରେ ବାନ୍ତି ସମସ୍ୟା ଦେଖାଦିଏ । ଏହି ସମସ୍ୟା ପାଇଁ ସେମାନେ ସଠିକ୍ ପରିମାଣରେ ଡାଏଟ୍ ନେଇପାରିନଥାନ୍ତି । ଫଳରେ ଗ୍ୟାଷ୍ଟ୍ରିକ୍ ଭଳି ଅନ୍ୟ କେତେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ । ପ୍ରେଗନେନ୍ସି ସମୟରେ ଅଧିକ ମେଡିସିନ୍ ଖାଇବା ମଧ୍ୟ କ୍ଷତିକାରକ । ତେବେ ଏହି ବାନ୍ତି ସମସ୍ୟା ଦୂର କରିବା ପାଇଁ ଏକ ସରଳ ଓ ସହଜ ଘରୋଇ ଉପାୟ ରହିଛି ।
ଖଟାମିଠା ସ୍ୱାଦ ଓ ଭିଟାମିନ୍ ‘ସି’ରେ ଭରପୁର କମଳା ଦ୍ୱାରା ଏହି ବାନ୍ତି ସମସ୍ୟା ଦୂର ହୋଇପାରିବ । ପ୍ରତିଦିନ ଏକ କପ୍ କମଳା ରସ ସହିତ ଅଧା ଛୋଟ ଚାମଚ ମହୁ ମିଶାଇ ପିଇବାକୁ ଦିଅନ୍ତୁ । ଏହାକୁ ଆପଣ ଯେ କୌଣସି ସମୟରେ ପିଇପାରିବେ । ଏହାକୁ ପ୍ରତିଦିନ ପିଇବା ପରେ ଧୀରେ ଧୀରେ ବାନ୍ତି ସମସ୍ୟାର ସମାଧାନ ହୋଇପାରିବ । କିନ୍ତୁ ମନେରଖନ୍ତୁ ନିଜ ଘରେ ହିଁ କମଳାରୁ ଜୁସ୍ କରନ୍ତୁ । କୌଣସି ପ୍ୟାକେଟ୍ ଫ୍ରୁଟଜୁସ୍ ଆଣନ୍ତୁ ନାହିଁ । ଛୋଟ ପିଲାଙ୍କୁ ବାନ୍ତି ହେଉଥିଲେ ମଧ୍ୟ ଏହି ଉପାୟକୁ ଆପଣାଇପାରିବେ । କିନ୍ତୁ କମଳା ରସ ଓ ମହୁର ପରିମାଣ କମ୍ କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ ।